ପୁରୀ: ରବିବାର ସକାଳ ପ୍ରାୟ ୭ଟା ବେଳେ ପୁରୀ ସହରରେ ବିପଜ୍ଜନ ଅବସ୍ଥାରେ ଥିବା ପୌରସଂସ୍ଥାର ମାର୍କେଟ୍ କମ୍ପ୍ଲେସ୍ ଭଙ୍ଗା ଆରମ୍ଭ ହୋଇଛି।
ଶ୍ରୀମନ୍ଦିର ଏବଂ ଗୁଣ୍ଡିଚା ମନ୍ଦିର ମଧ୍ୟବର୍ତ୍ତୀ ଅଞ୍ଚଳରେ ଥିବା ଏହି କମ୍ପ୍ଲେସ୍ର ସମୁଦାୟ ୧୫୮ଟି ଦୋକାନ ଘର ଏବଂ ୮ଟି ପିଣ୍ଡି ଭଙ୍ଗାଯିବ। ଏଥି ନିମନ୍ତେ ୮ଟି ଜେସିବି ଲଗାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୁରୀ ସହରର ଏହି ଅଞ୍ଚଳଟି ଜନଗହଳି ପୂର୍ଣ୍ଣ। ଏଥିପାଇଁ ଟ୍ରାଫିକ୍ ପୁଲିସ ପକ୍ଷରୁ ବ୍ୟାପକ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।
ଉପଜିଲ୍ଲାପାଳ ଭବଚତାରଣ ସାହୁ, ପୌରସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ଏବଂ ଅନ୍ୟାନ୍ୟ ପ୍ରଶାସନିକ କର୍ମଚାରୀମାନେ ଘଟଣାରେ ସ୍ଥଳରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରୁଛନ୍ତି।
କୌଣସି ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ ସମ୍ପୃକ୍ତ ସ୍ଥାନରେ ଜିଲ୍ଲା ପ୍ରଶାସନ ତରଫରୁ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।