ବସ୍ତୁକୁ ବସ୍ତୁ ଦୃଷ୍ଟିରେ ଦେଖିବାରୁ ଜନ୍ମ ନିଏ ସତ୍ୟାନୁସନ୍ଧାନ। ବସ୍ତୁ ଉପରେ ଜଣେ ନିଜର ବିଚାର, ପୂର୍ବ ଧାରଣା, ମୂଲ୍ୟାଙ୍କନ ଇତ୍ୟାଦି ଆରୋପିତ ନ କରିବା କାରଣରୁ ବସ୍ତୁ ବାସ୍ତବିକ ଯାହା, ସେଭଳି ଦେଖାଯାଏ। ଏହା ଶୁଦ୍ଧ ଦୃଷ୍ଟିକୁ ଜନ୍ମ ଦିଏ। ଏହା ହିଁ ଆଧୢାତ୍ମର ପ୍ରଥମ ସୋପାନ। ଅହରହ ପୂଜା ଓ ପ୍ରାର୍ଥନା କଲେ ବା ହଜାରେ ନାମ ଜପ କଲେ ମଧୢ ଏଭଳି ଦୃଷ୍ଟି ଆସି ନ ପାରେ।
![Sambad Whatsapp](https://cdn-icons-png.flaticon.com/512/2504/2504957.png)
Sambad is now on WhatsApp
Join and get latest news updates delivered to you via WhatsApp
ଉଦାହରଣ ସ୍ବରୂପ ସମବୟସ୍କ ପୁଅ ଓ ଝିଅ ଦୁଇ ଜଣ ଗୋଟିଏ ବାଇକ୍ରେ ଯାଉଛନ୍ତି। ଯେତେବେଳେ କେହି ବ୍ୟକ୍ତି ସେମାନଙ୍କୁ ଦେଖେ, ସେତିକି ବେଳେ ଅଚାନକ ତା’ ଭିତରେ ଯେଉଁ ଭାବନା ଜାତ ହୁଏ; ତହିଁରୁ ସେହି ବ୍ୟକ୍ତିର ଚରିତ୍ର ବାବଦରେ କିଛି ଆକଳନ କରାଯାଇପାରେ।
ଯାହା ଦେଖିଛି ଓ ଯେପରି ଭାବରେ ଦେଖିଛି, ସେଇଠୁ ଯଦି ସେ ଅଧିକ ଭାବୁ ନାହିଁ ବା ଅଧିକ ବିଚାରକୁ ଜନ୍ମ ଦେଉନାହିଁ; ତା’ହେଲେ ସେ କେବଳ ଅନ୍ୟକୁ ଦେଖୁନାହିଁ, ବର˚ ସେହି ସମୟରେ ନିଜର ବିଚାର ପ୍ରତି ମଧୢ ଖୁବ୍ ସତର୍କ ଦୃଷ୍ଟି ରଖିଛି। ସେ ନିଜ ବିଚାରର ରଙ୍ଗକୁ ଚିହ୍ନି ପାରୁଛି ଏବ˚ ଅତି-ବିଚାରରୁ ନିଜକୁ ମୁକ୍ତ ରଖିପାରୁଛି। ସେଇ ଦୁଇ ପୁଅ ଝିଅଙ୍କ ବିଷୟରେ ସେ ନିଜ ଧାରଣାକୁ ଆରୋପିତ କରୁନାହିଁ।
କିନ୍ତୁ ସେ ଯଦି ବିଚାର କରିବା ଆରମ୍ଭ କରିଦିଏ- ବୋଧହୁଏ ସେ ଦୁହେଁ ଭାଇ-ଭଉଣୀ, ସ୍ବାମୀ-ସ୍ତ୍ରୀ ବା ପ୍ରେମୀଯୁଗଳ- ଏଇଠୁ ଆରମ୍ଭ ହୁଏ ଅନିୟନ୍ତ୍ରିତ ବିଚାର ଧାରା। କେହି କହିପାରେ- ମୁଁ ତ ଖରାପ ଭାବିନାହିଁ, ବର˚ ଭାଇ-ଭଉଣୀ ବୋଲି ଭାବୁଛି। ଠିକ କଥା! କିନ୍ତୁ ଏ ହେଉଛି ସେହି ମନ ଯିଏ ସେ ଦୃଶ୍ୟରେ ଭାଇ-ଭଉଣୀର ରଙ୍ଗ ଦେଉଛି। ସେ ମଧୢ ପ୍ରେମୀଯୁଗଳର ରଙ୍ଗ ଦେଇପାରେ। ଆହୁରି କେତେ ରଙ୍ଗ ଦେଇପାରେ! କିଏ କେତେ ଭଲ ଓ ଖରାପର ଭାବନର ଶିକାର ହେଉଛି- ଏହା ଚେତନା ଉପରେ ପଡ଼ିଥିବା ସ˚ସ୍କାରର ପରିଣାମ ହୋଇପାରେ। କିନ୍ତୁ ଏହା ମଧୢ ନିରପେକ୍ଷ ଦୃଷ୍ଟି ନୁହେଁ। କଥା ହେଉଛି ମଣିଷ ବିନା ପକ୍ଷପାତିତାରେ, ବିନା ଭଲ ଓ ଖରାପର ରଙ୍ଗ ଦେଇ ସାମନାରେ ଘଟୁଥିବା ପ୍ରତ୍ୟେକ ଘଟଣା, ବସ୍ତୁ ଓ ବ୍ୟକ୍ତିକୁ ଦେଖିପାରିବ କି? ଯଦି କେହି ଏପରି ଦୃଷ୍ଟି ଲାଭ କରିଛି, ତା’ହେଲେ ସେ ଅଧୢାତ୍ମ ରାସ୍ତାରେ ଅଛି। ଆଉ ଯିଏ ଏବେ ଏପରି କରିବା ଆରମ୍ଭ କରିଦିଏ, ସେ ଅଧୢାତ୍ମର ପ୍ରଥମ ସୋପାନରେ ପହଞ୍ଚିିବ ବୋଲି ବିଚାର କରାଯିବ। ଏ ଦୃଷ୍ଟି ହାସଲ କରିବା ଏକ ସାଧନାର କଥା। ଏହାକୁ କୁହାଯାଏ ସାକ୍ଷୀ ଭାବ। କେବଳ ଜଣେ ସାକ୍ଷୀ ଭଳି ଦେଖିବା, ଆଉ କିଛି ଅଧିକ ବା କିଛି କମ ନୁହେଁ।
ବିଭିନ୍ନ ଉପାସନା ସ୍ଥଳକୁ ଯାଇ ଜଣେ ଧାର୍ମିକ ବ୍ୟକ୍ତି ଭାବେ ପରିଗଣିତ ହୋଇପାରେ, କିନ୍ତୁୁ ସେ ସତ୍ୟର ଦ୍ବାରଦେଶରେ ପହଞ୍ଚିପାରିବ ନାହିଁ, ଯେ ପର୍ଯ୍ୟନ୍ତ ସେ ଶୁଦ୍ଧ ଦୃଷ୍ଟି ହାସଲ କରି ନ ପାରିଛି। ସେ ଜଣେ ପ୍ରକୃତ ସତ୍ ମଣିଷ ହୋଇପାରିବ ନାହିଁ। ଈଶ୍ବର ଅଛନ୍ତି ଏହା ଏକ ବିଚାର; ଈଶ୍ବର ନାହାନ୍ତି, ଏହା ମଧୢ ଏକ ବିଚାର। ଈଶ୍ବର ଏକ ଓ ଅଭିନ୍ନ- ଏହା ମଧୢ ଏକ ବିଚାର। ମଣିଷ ତା’ ବିଚାରରେ କ’ଣ ସତରେ ଈଶ୍ବରଙ୍କୁ ଆବିଷ୍କାର କରିପାରିବ? ସେଇ ଧାରାରେ ବିଚାର କଲେ ଏ ପ୍ରଶ୍ନ ମଧୢ ଉଠିବ ମଣିଷ ବଡ଼ ନା ଈଶ୍ବର? କିଏ କାହାକୁ ତିଆରି କରିଛି? ଖୁବ୍ ଅଦ୍ଭୁତ! କିନ୍ତୁ ସେହିଭଳି ବିଚାରରେ ଆଜି ଜାତି, ଧର୍ମ, ଦେଶ ଓ ଭାଷା ଆଧାରରେ ଜଣେ ମଣିଷ ଆଉ ଜଣଙ୍କୁ ଘୃଣା କରୁଛି। ଜଣେ ଅନ୍ୟର ଜୀବନ କୁହାଯାଏ, ମଣିଷର ଅନୁଭବର ଗଭୀରତା ଯେତେ ବଢ଼ିିବ ସେ ସେତେ ବିଚାରମୁକ୍ତ ହୋଇପାରିବ। କିନ୍ତୁ ଏ ଅନୁଭବ ବୋଇଲେ କ’ଣ? ଧରନ୍ତୁ, ଆପଣ କ’ଣ ଗୋଟିଏ କଥା ଭାବି ଭାବି ଚାଲିଛନ୍ତି। ହଠାତ୍ ଆପଣଙ୍କ ପାଦରେ କଣ୍ଟାଟିଏ ପଶିଗଲା। ଏବେ ଆପଣ କିଛି ଭାବିପାରିବେ କି? ଆପଣଙ୍କ ଭାବନା ହଜିଯିବ। ମନ ଭାବନାରୁ ମୁକ୍ତ ହୋଇ ବେଦନା ପାଖରେ ଅଟକି ଯିବ। ଆପଣଙ୍କ ଅନୁଭବ ସ୍ତରରେ ଭାବନା କରୁଥିବା ମନଟି ଏକ ଅନୁଭବ କରୁଥିବା ମନକୁ ପରିବର୍ତ୍ତିତ ହୋଇଗଲା। କୁହାଯାଇପାରେ ଆପଣ ରାସ୍ତାରେ ପ୍ରାୟ ବେହୋସ ଭାବେ ଚାଲୁଥିଲେ, ଏବେ ହୋସକୁ ଆସିଗଲେ। ଯଦି ପ୍ରତି ମୁହୂର୍ତ୍ତରେ ଆପଣଙ୍କ ସହିତ ଘଟି ଚାଲିଥିବା ଘଟଣା ପ୍ରତି ଆପଣ ସଜାଗ ରହିଲେ, ତାହା ହେଲେ ଆପଣ ଅନୁଭବରେ ସିଦ୍ଧ ହୋଇପାରିବେ। ପ୍ରତିକ୍ଷଣ ଅନୁଭବ ଜରିଆରେ ଜାଗ୍ରତ ରହିବା ଦ୍ବାରା ଜଣେ ବିଚାରମୁକ୍ତ ହୋଇଯାଇପାରେ। ଏପରି ଅବସ୍ଥା ଯେତେ ପ୍ରଗାଢ଼ ହୁଏ ସତ୍ୟର ଦୁନିଆ ତା ପାଇଁ ସେତେ ପ୍ରସାରିତ ହୁଏ। ମନ ବା ବିଚାର ତାର ଦାସ ହୁଏ। ସେ ବିଚାରର ଦାସ ହୁଏନା। ଏଭଳି ଅବସ୍ଥା ଏକ ଉତ୍ତୀର୍ଣ୍ଣ ଅବସ୍ଥା।
ସାଧାରଣ ଭାବେ ସନ୍ଦେହ, ନିରାଶା, ଦୁଃଖ କେବେ ବି ଜୀବନରୁ ଯିବନାହିଁ। ଅତ୍ୟଧିକ ବିଚାରପ୍ରବଣ ମଣିଷ କାହାକୁ ମାରେ, ନ ହେଲେ ନିଜେ ମରେ। ଅତ୍ୟଧିକ ଦାରିଦ୍ର୍ୟ ସମସ୍ତଙ୍କୁ ଦୁଃଖ ଦିଏ। କିନ୍ତୁୁ କେହି କେହି ଦାରିଦ୍ର୍ୟରେ ବି ଦୁଃଖୀ ନ ଥାଆନ୍ତି। ସେଭଳି ଅଳ୍ପ ସ˚ଖ୍ୟକ ବିଚାରମୁକ୍ତ ମଣିଷ ଦାରିଦ୍ର୍ୟ ଦ୍ବାରା ଆକ୍ରାନ୍ତ ହୁଅନ୍ତି ନାହିଁ। ଏହାକୁ କୁହାଯାଏ ଆଧୢାତ୍ମିକ ଭିତ୍ତି। ସ୍ବାମୀ ବିବେକାନନ୍ଦ ଚିକାଗୋ ଭାଷଣରେ କହିଥିଲେ- ଆଜି ବି ଭାରତ ପାର୍ଥିବ ସୁଖ ସୁବିଧା ଦୃଷ୍ଟିରୁ ଗରିବ ରହିଛି, କିନ୍ତୁ ତିଷ୍ଠି ରହିଛି ତା’ର ଅପର୍ଯ୍ୟାପ୍ତ ଆଧୢାତ୍ମିକ ଶକ୍ତି ପାଇଁ। ତାହା ଏପରି ଏକ ଶକ୍ତି ଯାହା ଅନେକ ଅସୁବିଧାକୁ ନିର୍ବିଚାରରେ ସହିବାର ଶକ୍ତି ପ୍ରଦାନ କରିଥାଏ। ନିର୍ବିଚାର ଭାବ ହିଁ ବୈରାଗ୍ୟକୁ ଜନ୍ମ ଦିଏ, ଆଉ ଏହି ବୈରାଗ୍ୟ ମଧୢ ଏ ଦୁନିଆର ସମସ୍ତ ପ୍ରାଚୁର୍ଯ୍ୟ ଠାରୁ ଅଧିକ ଶକ୍ତିମୟ ହୋଇ ଛିଡ଼ା ହୋଇପାରେ।
‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ରିପୋର୍ଟ ଅନୁସାରେ ୨୦୨୧ ସୁଦ୍ଧା ବିଶ୍ବର ଅର୍ଧାଧିକ ଲୋକ ଅତ୍ୟଧିକ ବିଚାର ବା ଚିନ୍ତା କାରଣରୁ ପାଗଳାମିର ଶିକାର ହେବେ। ତା’ ଭିତରୁ କିଛି ଲୋକ ଆତ୍ମହତ୍ୟା ମଧୢ କରିବେ। ସେମାନଙ୍କୁ ଧନ ବା ଜ୍ଞାନ କିଛି ହେଲେ ରକ୍ଷା କରିପାରିବ ନାହିଁ। ଏବେ ଠାରୁ ଏହାର ଆଭାସ ମିଳିଲାଣି। ଏଣେ ମଣିଷ ନିଜ ମନ ଉପରେ କାବୁ ରଖିପାରୁ ନାହିଁ ବୋଲି ସେ ଗୁଣିଆ, ତାନ୍ତ୍ରିକ, ଭଣ୍ତ ଗୁରୁ ଆଦିଙ୍କ ଶରଣ ପଶିବାରେ ଲାଗିଛି।
ଏହି ପରିପ୍ରେକ୍ଷୀରେ ଆଜିର ସମୟ ହେଉଛି ଆତ୍ମନିରୀକ୍ଷଣରେ ସମୟ। ନିଜର ଆଧୢାତ୍ମିକ ଭିତ୍ତିକୁ ଦୃଢ଼ କରିବାର ସମୟ। ମନକୁ ପୂର୍ବାଗ୍ରହରୁ ମୁକ୍ତ କରିବାର ସମୟ। ଶୁଦ୍ଧ ଦୃଷ୍ଟି ଲାଭ କରିବା ଲାଗି ସାଧନା କରିବାର ସମୟ।
ସାମରାଇପୁର, ଭଦ୍ରକ
ମୋ-୭୦୦୮୨୮୧୯୫୫