ପାକିସ୍ତାନ ଆତଙ୍କବାଦ ବିରୋଧରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରୁ: ଆମେରିକା

ୱାସିଂଟନ୍‌ : ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ଉପରେ ନିର୍ଭର କରୁଛି। ପାକିସ୍ତାନ ଆତଙ୍କବାଦ ବିରୋଧରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କଲେ ହିଁ ଭାରତ ସହ କଥାବାର୍ତ୍ତା ସମ୍ଭବ ହେବ ବୋଲି ଜଣେ ବରିଷ୍ଠ ଆମେରିକୀୟ ଅଧିକାରୀ କହିଛନ୍ତି। ଏହି ପ୍ରସଙ୍ଗରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମଧ୍ୟସ୍ଥତା ପ୍ରସ୍ତାବ କଥା ମଧ୍ୟ ଉଠାଇଛନ୍ତି। ଉଭୟ ଭାରତ-ପାକିସ୍ତାନ ରାଜି ହେଲେ ଟ୍ରମ୍ପ୍‌ ମଧ୍ୟସ୍ଥତା କରିବେ ବୋଲି କହିଥିଲେ। କିନ୍ତୁ ଭାରତ ସ୍ପଷ୍ଟ କରିଥିଲା ‌ଯେ ଭାରତ-ପାକିସ୍ତାନ ମଧ୍ୟରେ ଥିବା ସମସ୍ତ ବିବାଦ ଦ୍ବିପାକ୍ଷିକ କଥାବାର୍ତ୍ତା ମାଧ୍ୟମ‌ରେ ସମାଧାନ ହେବ।

ସମ୍ବନ୍ଧିତ ଖବର