ଜନଶୁଣାଣି କାର୍ଯ୍ୟକ୍ରମ ସମୟରେ ଜିଲ୍ଲାପାଳଙ୍କୁ ଘେରିଗଲେ ଷଣ୍ଢପଲ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଶତାଧିକ ଷଣ୍ଢ ଘେରି ଯାଇଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଛି। ରାଜନଗରରେ ବୁଲା ଷଣ୍ଢମାନଙ୍କର ଉତ୍ପାତ ଯୋଗୁଁ ଗାଁ ଲୋକେ ହନ୍ତସନ୍ତ ହେଉଥିଲେ। ଏ ନେଇ ଗ୍ରାମବାସୀ ବାରମ୍ବାର କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । କିନ୍ତୁ ଜିଲ୍ଲାପାଳ ଏନେଇ କୌଣସି ପଦକ୍ଷେପ ନେଇ ନଥିଲେ। ଫଳରେ ଗ୍ରାମବାସୀ ଏହି ଘଟଣାକୁ ନେଇ ଉତ୍ତେଜିତ ହୋଇପଡ଼ିଥିଲେ।

walmart.com

ଆଜି ରାଜନଗରରେ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିଲା। ଏହି ଜନଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଜିଲ୍ଲାପାଳ ଆସି ପହଞ୍ଚିଥିଲେ। ଏତିକି ବେଳେ ବୁଲା ଷଣ୍ଢମାନଙ୍କର ଉତ୍ପାତରେ ନୟାନ୍ତ ହୋଇଥିବା ଉତ୍ୟକ୍ତ ଲୋକେ ଶତାଧିକ ଷଣ୍ଡ ଆଣି ବ୍ଲକ ପରିସର ଭିତରକୁ ପୁରାଇ ଦେଇଥିଲେ । ଫଳରେ ଜନଶୁଣାଣି କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡ଼ିଥିଲା। ଏଭଳି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରାପଡା ଏସପି ନୀତି ଶେଖର ରାଜନଗର ବ୍ଲକ ପରିସରରେ ପହଞ୍ଚିଥିଲେ। ଏହା ସହ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ବି ମୁତୟନ କରାଯାଇଛି ।

ସମ୍ବନ୍ଧିତ ଖବର