ଭିଡିଓ ଦେଖନ୍ତୁ: ଚୀନ୍ରେ ମଣିଷ ମୁହଁ ପରି ମୁହଁ ଥିବା ମାଛ
ନୂଆଦିଲ୍ଲୀ: ବିଚିତ୍ର ଓ ରହସ୍ୟମୟ ମନେହେଉଥିବା ଗୋଟାଏ କାର୍ପ ମାଛର ଭିଡିଓ ଏବେ ଇଣ୍ଟର୍ନେଟ୍ରେ ଭାଇରାଲ୍ ହୋଇଛି। ଚୀନ୍ର ଗୋଟାଏ ଗ୍ରାମୀଣ ଜଳାଶୟରେ ପହଁରୁଥିବା ଏହି କାର୍ପ ମାଛଟିର ମୁହଁ ଅବିକଳ ମଣିଷ ମୁହଁ ପରି।
Sambad is now on WhatsApp
Join and get latest news updates delivered to you via WhatsApp
This carp has a human face 😳 pic.twitter.com/okT67Zyo4v
— The Unexplained (@Unexplained) November 8, 2019
ଚୀନ୍ର ମାଆଓ ଗାଁକୁ ଯାଇଥିବା ଜଣେ ମହିଳା ଏହି ଭିଡିଓଟି ଉତ୍ତୋଳନ କରିଛନ୍ତି। ପ୍ରଥମେ ସେ ଏହାକୁ ଚୀନ୍ର ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଉଇଇବୋରେ ସେୟାର କରିଥିଲେ। ପରେ ପରେ ଏହା ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ପ୍ଲାଟ୍ଫର୍ମରେ ସେୟାର୍ ଆରମ୍ଭ ହୋଇଥିଲା।
୧୪ ସେକେଣ୍ଡ୍ବିଶିଷ୍ଟ ଏହି ଭିଡିଓରେ ଦେଖାଯାଉଛି ଯେ ଗୋଟାଏ କାର୍ପ ମାଛର ମୁହଁ ଅବିକଳ ମଣିଷର ମୁହଁ ପରି- ସେଥିରେ ଗୋଟାଏ ନାକ, ଦୁଇଟି ଆଖି ଏବଂ ଗୋଟାଏ ପାଟି ଅଛି।