କଟକ: ଏଥର ବାଲିଯାତ୍ରା ସମୟରେ କଟକରେ ବୁଲିବ ‘ମୋ ରିକ୍ସା’ । ପ୍ରଦୂଷଣ ହ୍ରାସ କରିବା ଓ ରିକ୍ସା ଚାଳକଙ୍କ ରୋଜଗାରକୁ ବଢ଼ାଇବା ଉଦ୍ଦେଶ୍ୟରେ ଏପରି ପଦକ୍ଷେପ ନିଆଯାଇଛି । ୫ଶହରୁ ଅଧିକ ରିକ୍ସା ଚାଳକଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ପରିଚୟପତ୍ର ପ୍ରଦାନ କରିବା ସହ ଆସନ୍ତାକାଳଇ ଠାରୁ ଆରମ୍ଭ ହେଉଥିବା ବାଲିଯାତ୍ରାରେ ଯାତ୍ରୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ତେଣୁ ଆସନ୍ତାକାଲି ଠାରୁ ପ୍ରସିଦ୍ଧ ବାଲିଯାତ୍ରାରେ ବୁଲିବ ରିକ୍ସା । କଟକସହରର ଗଳି କନ୍ଦିରେ ରିକ୍ସାର ସବୁବେଳେ ଆଦର ରହି ଆସିଛି । ତେଣୁ ଏଥର ବାଲିଯାତ୍ରାରେ ମୋ ରିକ୍ସା ଯୋଜନାରେ ଶତାଧିକ ରିକ୍ସା ଏକାଠି ହୋଇଛନ୍ତି । ମାଗଣାରେ ରିକ୍ସାଚାଳକଙ୍କ ବ୍ଲଡ଼ ଗ୍ରୁପ, ପରିଚୟ ପତ୍ର ଓ ଟିସର୍ଟ ଯୋଗାଇ ଦିଆଯାଇ ସହର ପରିକ୍ରମା କରାଯାଇଛି । ଏଭଳି ଯୋଜନାରେ ସାମିଲ ହୋଇଥିବା ରିକ୍ସା ଚାଳକ ମଧ୍ୟ କହିଛନ୍ତି ଆଗରୁ ମଧ୍ୟ ଆମେ ରୋଜଗାର କରୁଥିଲୁ । ବସଷ୍ଟାଣ୍ଡ ଓ ଷ୍ଟେସନ ଭଳି ସ୍ଥାନରେ କେହି କେହି ଲୋକେ ଆମ ସହ ଯିବାକୁ ସନ୍ଦେହ ମଧ୍ୟ କରୁଥିଲେ ହେଲେ ଏବେ କିନ୍ତୁ ଏହି ପରିଚୟପତ୍ର ଓ ଟିସାର୍ଟ ପାଇବା ପରେ ଲୋକେ ଆମକୁ ଆଉ ସନ୍ଦେହ ନ କରି ଆମ ସହ ଯିବାକୁ ଚାହିଁବେ ।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା ବେଳେ ଏଥର’ ମୋ ରିକ୍ସା’ ମାନିଆ ମୁଣ୍ଡରେ ଚଢ଼ିଥିବାବେଳେ ଦଲେର୍ ମେହେନ୍ଦି ଓ କେକେଙ୍କ ଭଳି ବଲିଉଡ କଳାକାରଙ୍କ ଆଗମନ ବାଲିଯାତ୍ରାର ଆକର୍ଷଣକୁ ଦୁଇ ଗୁଣିତ କରିବ ବୋଲି ଆଶାରହିଛି ।