ନିଲମ୍ବନ ପରେ ଭୁବନେଶ୍ୱରରୁ ନବରଙ୍ଗପୁର-ଦେବଗଡ଼ ବଦଳି ହେଲେ ୨ ପୁଲିସ କର୍ମଚାରୀ
ଭୁବନେଶ୍ୱର: କମିସନରେଟ ପୁଲିସ ୨ ନିଲମ୍ବିତ ପୁଲିସ କର୍ମଚାରୀଙ୍କୁ ନବରଙ୍ଗପୁର ଓ ଦେବଗଡ଼ ବଦଳି କରିଛି। ଡିଜିପି ବି.କେ. ଶର୍ମା ଏହି ୨ ପୁଲିସ କର୍ମଚାରୀଙ୍କୁ ବଦଳି କରିଥିବା ଜଣାପଡ଼ିଛି। ନିଲମ୍ବିତ ଏଏସ୍ଆଇ ଅର୍ଜୁନ କହଁରଙ୍କୁ ନବରଙ୍ଗପୁର ଓ କନଷ୍ଟେବଳ ସଂଗ୍ରାମ ପରିଡ଼ାଙ୍କୁ ଦେବଗଡ଼ ବଦଳି ହୋଇଛି। ଉଭୟଙ୍କୁ ଭୁବନେଶ୍ୱର ଡିସିପି ପୂର୍ବରୁ ନିଲମ୍ବନ କରିଥିଲେ।