ପାରାଦୀପ ସମୁଦ୍ର ବେଳାଭୂମିରେ ମରି ପଡ଼ିଛନ୍ତି ଶହ ଶହ ଅଲିଭ୍ ରିଡଲେ କଇଁଛ
ପାରାଦୀପ: ଜଗତସିଂହପୁର ଜିଲ୍ଲାର ପାରାଦୀପ ସମୁଦ୍ର ବେଳାଭୂମିରେ ଶହ ଶହ ମୃତ ଅଲିଭ୍ ରିଡଲେ କଇଁଛ ପଡ଼ି ରହିଥିବାର ଦେଖିବାକୁ ମିଳିଛି। ଗତକାଲି ରାତିଠାରୁ ପାରାଦୀପର ହନୁମାନ ମନ୍ଦିର ପାଖରୁ ତୈଳ ବିଶୋଧନାଗାର ଦକ୍ଷିଣ ଗେଟ୍ ପର୍ଯ୍ୟନ୍ତ ଏହି ବିରଳ ପ୍ରଜାତିର କଇଁଛ ମରି ପଡ଼ିଥିବାର ଦେଖାଯାଇଛି | ଏହାଫଳରେ ଏହି ଅଞ୍ଚଳରେ ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି। ଏହାକୁ ନେଇ ଆଜି ପର୍ଯ୍ୟଟକମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ଗତ ବର୍ଷ ନଭେମ୍ବର ୧ ତାରିଖରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର କୂଳରୁ ୨୦ କିଲୋମିଟର ଦୂର ସମୁଦ୍ର ପର୍ଯ୍ୟନ୍ତ ମାଛଧରା ଉପରେ କଟକଣା ଲାଗିଥିଲେ ସୁଦ୍ଧା ଅନେକ ଟ୍ରଲର ମାଛ ଧରିବାକୁ ଯାଇଥିଲେ। ଟ୍ରଲରଗୁଡ଼ିକ ସହ ଆଘାତପ୍ରାପ୍ତ ହୋଇ କଇଁଛମାନେ ଏଭଳି ମୃତ୍ୟୁବରଣ କରୁଥିବା କୁହାଯାଉଛି | ବିଶେଷ ଭାବେ ବନବିଭାଗ ଓ ମତ୍ସ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି | ଏହି ଘଟଣା ଏବେ ପାରାଦୀପରେ ଚର୍ଚ୍ଚାର ବିଷୟ ହୋଇଛି।