କଟକ ବଡ଼ ଡାକ୍ତରଖାନାରେ ୬ କରୋନା ସନ୍ଦିଗ୍ଧ, ୫ ଜଣଙ୍କ ରିପୋର୍ଟ ନେଗେଟିଭ୍‌

କଟକ: ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍‌ ଏବଂ ହସ୍‌ପିଟାଲରେ ୬ ଜଣ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କ ରକ୍ତ ନମୁନା ରିପୋର୍ଟ ନେଗେଟିଭ୍‌ ଆସିଥିବା ବେଳେ ସେମାନଙ୍କୁ ଆଇସୋଲେସନ୍‌ ଓ୍ଵାର୍ଡରେ ଅବଜରଭେସନ ପାଇଁ ରଖାଯାଇଛି। ସେହିପରି ଜଣେ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ଆସନ୍ତାକାଲି ପରୀକ୍ଷା ପାଇଁ ପଠାଯିବ। ଆଜି ସନ୍ଧ୍ୟାରେ ଓମାନରୁ ଆସିଥିବା କରୋନା ସନ୍ଦିଗ୍ଧଙ୍କୁ ଭୁବନେଶ୍ୱର ବିମାନବନ୍ଦରରୁ ସିଧାସଳଖ ଆଣି ଏସ୍‌ସିବିରେ ଭର୍ତ୍ତି କରାଯାଇଛି। ସେହିପରି ପାରାଦୀପରୁ ଆସିଥିବା ଦମ୍ପତ୍ତିଙ୍କୁ ଆସନ୍ତାକଲି ହସ୍‌ପିଟାଲରୁ ଛାଡ଼ି ଦିଆଯାଇପାରେ।

Photo: Citizen Matters

ଏସ୍‌ସିବିର ଡିଏମ୍‌ଇଟି ଡା. ସିବିକେ ମହାନ୍ତି କହିଛନ୍ତି, ଆଜି ଭର୍ତ୍ତି ହୋଇଥିବା ବିଦେଶୀ ନାଗରିକଙ୍କୁ ସାମାନ୍ୟ ଛିଙ୍କ ଓ କାଶ ହେଉଛି। ସେ ଅଧିକ ଗୁରୁତର ହୋଇନାହାନ୍ତି। ତଥାପି ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ସବିଶେଷ ତଥ୍ୟ ଜଣାପଡ଼ିବ।

ଏଥି ସହ ଶ୍ରୀ ମହାନ୍ତି କହିଛନ୍ତି, କୁକୁଡ଼ା ଖାଇଲେ କରୋନା ରୋଗ ହେବ ପ୍ରଚାର ଅମୂଳକ। କିଛି ଲୋକ କୁକୁଡ଼ା ଖାଇଲେ କରୋନା ରୋଗ ହେବ ଯେଉଁ ଭାବନା କରୁଛନ୍ତି, ତାହା ସଂପୂର୍ଣ୍ଣ ରୂପେ ଅମୂଳକ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର