ଭଦ୍ରକ/ପାରଳାଖେମୁଣ୍ଡି : ଦୁଇଟି ଜିଲ୍ଲାର ଜିଲ୍ଲାପାଳ ୧୪୪ଧାରାକୁ ଉଠାଇ ଦେଇଛନ୍ତି। କରୋନା ସତର୍କତା ଲାଗି ଗଜପତି ଜିଲ୍ଲା ଭଦ୍ରକ ଜିଲ୍ଲାରେ ଜାରି ହୋଇଥିବା ୧୪୪ ଧାରା ହଟାଯାଇଛି । ଭଦ୍ରକ ଜିଲ୍ଲାପାଳ ଭଦ୍ରକରୁ ୧୪୪ ଧାରାକୁ ଉଠାଇ ଦେଇଛନ୍ତି। କିନ୍ତୁ ସାମାଜିକ ମିଳାମିଶା ଉପରେ କଟକଣା ଲଗାଇ ସର୍ବସାଧାରଣ ସ୍ଥାନରେ ସମସ୍ତଙ୍କୁ ପରସ୍ପରଠାରୁ ଏକ ମିଟର ଦୂରତା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାପୂର୍ବରୁ ଭଦ୍ରକ ଜିଲ୍ଲା ପ୍ରଶାସନ ପ୍ରତ୍ୟେକ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଦେଇଛନ୍ତି। ଗତ ସୋମବାର ଠାରୁ ଜିଲ୍ଲାର ସଭା ଶୋଭାଯାତ୍ର ଉପରେ ରୋକ ଲଗାଯାଇଛି । ସେହିଭଳି ବିଭିନ୍ନ ସପିଙ୍ଗ ମଲରେ ଗହଳି ଉପରେ ରୋକ ଲଗାଯାଇଛି। ଲୋକଙ୍କ ମଧ୍ୟରେ କରୋନା ସଚେତନତା ପାଇଁ ଜିଲ୍ଲାରେ ମାଇକ୍ ଯୋଗେ ପ୍ରଚାର କରାଯାଉଛି । ଏହି ନିୟମକୁ ଯିଏ ନମାନିବ ସେମାନଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ କରି ଦିଆଯାଇଥିଲା। ସାମାଜିକ ମିଳାମିଶା ଉପରେ କଟକଣା ଲାଗିଥିବା ବେଳେ ବାମକୁରରେ ଏକ ଧାର୍ମିକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ଅଧିକ ଲୋକ ରହିଥିବାରୁ ସେଠାରୁ ଧାମନଗର ପୁଲିସ ୪ଜଣଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।
କରୋନା ମୁକାବିଲା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସତନ୍ତ୍ର କରୋନାୱାର୍ଡ ମଧ୍ୟ ଖୋଲା ଯାଇଛି। ସବୁଦିଗରୁ ପରିସ୍କାର ଓ ପରିଚ୍ଛନ୍ନତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହିତ ଲୋକମାନଙ୍କୁ ଏଦିଗରେ ସଚେତନ ରହିବାକୁ ବି କୁହାଯାଉଛି।