ଯମୁନା ଏକ୍ସପ୍ରେସ୍‌ େଓ୍ଵ’ରେ ଅଷ୍ଟ୍ରେଲୀୟ ବାଇକ୍‌ ଆରେହୀଙ୍କ ଉପରେ ଚଢ଼ିଗଲା ବସ୍‌

ଗ୍ରେଟର୍‌ ନୋଏଡ଼ା: ଗୁରୁବାର ସକାଳେ ଯମୁନା ଏକ୍ସ୍‍ପ୍ରେସ୍‌ େଓ୍ଵ’ରେ ଦୁର୍ଘଟଣା ଘଟି ଜଣେ ଅଷ୍ଟ୍ରେଲୀୟ ନାଗରିକଙ୍କର ମୃତ୍ୟୁଘଟିଛି। ସେ ବ୍ୟକ୍ତିଙ୍କର ଅକାଳ ମରଣ ଫଳରେ ତାଙ୍କର ଦୁଇ ବନ୍ଧୁ ଭାଙ୍ଗିପଡ଼ିଛନ୍ତି। ସେମାନେ କହିଛନ୍ତି: ସେମାନେ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ। ପ୍ରଥମ ଗସ୍ତ ଏମିତି ବିୟୋଗାନ୍ତ ହେବ ବୋଲି ସେମାନେ ଆଶା କରି ନ ଥିଲେ।

ସ୍ଥପତି ଇଆନ୍‌ ଟୋମାସ୍‌ ବର୍ଗ, ଗ୍ରାଫିକ୍‌ ଡିଜାଇନ୍‌ର୍‌ ବେନିଟ୍‌ ଜୋଏଲ୍‌ କୋଓ୍ଵାଲ୍‌ଡ୍‌ ଏବଂ କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ମାଥ୍ୟୁ ଆଣ୍ଟୋନି ରିଡ୍‌ଲି, ତିନିହେଁ କ୍ଲାସ୍‌ମେଟ୍‌। ଇଆନ୍‌ କହନ୍ତି: ସେମାନେ ସିଡ୍‌ନିରେ ବଢ଼ିଛନ୍ତି। ପରସ୍ପର ସହ ସେମାନଙ୍କର ନିବିଡ଼ ସମ୍ପର୍କ ଥିଲା। ଭାରତରେ ମାସେ ବୁଲିବା ପାଇଁ ଗତ ମାସରେ ସେମାନେ ଯୋଜନା କରିଥିଲେ।

ଇଆନ୍‌ କହନ୍ତି: ଗସ୍ତ ପାଇଁ ସମସ୍ତେ ଉତ୍‌ଫୁଲ୍ଲିତ ଥିଲୁ।

Image Courtesy of TOI

କୋଓ୍ଵାଲଡ୍‌ କହନ୍ତି: ଦୁଇ ଦିନ ତଳେ ଆମେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚି ଥିଲୁ। ଆମ ପାଖରେ ଥିଲା ମାସିକିଆ ଟୁରିଷ୍ଟ୍‍ ଭିସା। ଆମେ ଆଗ୍ରାସ୍ଥିତ ତାଜ ମହଲ ଦେଖିବାକୁ ଯୋଜନା କରିଥିଲୁ। କିଛି ଦିନ ବାରାଣସୀରେ ରହି ଗୋଆ ବୁଲି ଯିବାକୁ ମନସ୍ଥ କରିଥିଲୁ।

ତିନି ବନ୍ଧୁ ଦିଲ୍ଲୀର ଏକ ହୋଟେଲ୍‌ରେ ଦୁଇ ଦିନ ରହିଥିଲେ। ଦିଲ୍ଲୀର କେତେକ ସ୍ଥାନ ବୁଲାବୁଲି କରି ସେମାନେ କିଛି କିଣାକିଣି କରିଥିଲେ। ଗସ୍ତ ପାଇଁ ସେମାନେ ଦିଲ୍ଲୀର ଏକ ଏଜେନ୍‌ସି ଠାରୁ ଗୁରୁବାର ସକାଳେ ସେମାନେ ତିନୋଟି ରୟଲ୍‌ ଏନ୍‌ଫିଲ୍‌ଡ୍‌ ଭଡ଼ାରେ ନେଇ ଥିଲେ। ସେମାନଙ୍କର ଲଗେଜ୍‌ ବନ୍ଧାବନ୍ଧି କରି ସମସ୍ତ ଆବଶ୍ୟକ ସମାଗ୍ରୀ ନେଇଥିଲେ। ସକାଳେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିବାବେଳେ ସବୁ କିଛି ଠିକ୍‌ ଠାକ୍‌ ଥିଲା।

ଆମେ ଟ୍ରାଫିକ୍‌ ନିୟମ ମାନିଥିଲୁ। ଏକ୍‌ସ୍‌ପ୍ରେସ୍‌ େଓ୍ଵ’ରେ ଆମେ ବାଁ ପଟରେ ଗାଡ଼ି ଚଳାଉ ଥିଲୁ। ହଠାତ୍‌ ଏକ ଦ୍ରୁତଗାମୀ ବସ୍‌ ସନ୍ତୁଳନ ହରାଇ ମାଥ୍ୟୁର ବାଇକ୍‌ରେ ଧକ୍କା ଖାଇ ଥିଲା। ସେ ମରଣାନ୍ତକ କ୍ଷତବିକ୍ଷତ ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁ ବରଣ କରିଥିଲା। ମ୍ୟାଥୁର ଶବ ନେଇ ଦୁଇ ବନ୍ଧୁ କୈଳାଶ ହସ୍‌ପିଟାଲ୍‌ ଆସିଥିଲେ।

Image Courtesy of TOI

ଦୁଃଖ ବଖାଣିବା ପାଇଁ ଦୁହିଁଙ୍କ ପାଖରେ ଭାଷା ନାହିଁ। ବେନିଟ୍‌ କହନ୍ତି: ଆମେ ଆମର କାର୍ଯ୍ୟକ୍ରମ ବାତିଲ କରି ଅଷ୍ଟ୍ରେଲୀୟ ଦୂତାବାସକୁ ଜଣାଇ ଦେଇଛୁ। ଆଇନଗତ ଔପଚାରିକତା ପାଇଁ ସେମାନେ ଆମ ସହ ସମ୍ପର୍କ ରଖିଛନ୍ତି। ଏହା ପରେ ଆମେ ନିଜ ଜନ୍ମମାଟିକୁ ଫେରି ଯିବୁ।

ଯମୁନା ଏକ୍‌ସପ୍ରେସ୍‌ େଓ୍ଵ’ର ସିକ୍ୟୁରିଟି ଗାର୍ଡ ମୁକେଶ କୁମାର କହନ୍ତି: ଦୁର୍ଘଟଣା ଘଟିଲା ବେଳେ ସେ ଡିୟୁଟିରେ ଥିଲେ। ସେ କହନ୍ତି ଯେ, ଭୁଲ୍‌ ବସ୍‌ ଡ୍ରାଇଭରଙ୍କର। ସେ ବେପରୁଆ ଭାବେ ଦ୍ରୁତ ବେଗରେ ବସ୍‌ ଚଳାଉ ଥିଲା। ଅଷ୍ଟ୍ରେଲୀୟ ନାଗରିକ ବାମ ପଟେ ଗାଡ଼ି ଚଳାଉଥିଲେ। ଉଭୟ ପୀଡ଼ିତ ଏବଂ ବାଇକ୍‌ ବଡ଼ ଅଖଞ୍ଜ ଭାବେ ଖୁଣ୍ଟିରେ ପଶି ଯାଇଥିଲେ। ସେଠାରୁ ବଡ଼ କଷ୍ଟରେ ତାଙ୍କୁ ବାହାର କରା ଯାଇଥିଲା। ପରେ ପୁଲିସ ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଏବଂ ବସ୍‌ଟିକୁ ହଟାଇ ଥିଲା।

ବସ୍‌ ଡ୍ରାଇଭର୍‌ଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ କହିଛି। ଦୁର୍ଘଟଣାରେ ଡ୍ରାଇଭର୍‌ ମଧ୍ୟ ଆହତ ହୋଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଶୁଧୁରିଲେ ତାଙ୍କୁ ଗିରଫ କରାଯିବ।

ସମ୍ବନ୍ଧିତ ଖବର