ନୂଆଦିଲ୍ଲୀ: ଲକ୍ଡାଉନ୍ କେତେ ଦିନଯାଏଁ ଚାଲିବ ତାହା ବିଚାର କରିବାକୁ ସରକାର କେଉଁ ସୂତ୍ର ଅବଲମ୍ବନ କରୁଛନ୍ତି ବୋଲି ବୁଧବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବୁଧବାର ଦିନ କହିଛନ୍ତି। କଂଗ୍ରେସ୍ ଶାସନାଧୀନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ଏକ ବୈଠକରେ ସୋନିଆ ଏ ପ୍ରଶ୍ନ ଉଠାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୈଠକରେ ଭାଷଣ ଦେବା ବେଳେ ସୋନିଆ ଗାନ୍ଧୀ କହିଲେ, ମେ ୧୭ ତାରିଖ ପରେ କ’ଣ ହେବ? ମେ ୧୭ ପରେ କେମିତି ହେବ ପରିସ୍ଥିତି ? ଲକ୍ଡାଉନ୍ କେତେ ଦିନ ଚାଲିବ, କେଉଁ ସୂତ୍ରକୁ ଭିତ୍ତିକରି ସରକାର ବିଚାର କରୁଛନ୍ତି।
ବୈଠକରେ ଉପସ୍ଥିତ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଲେ, ଆମେ ଜାଣିବା ଆବଶ୍ୟକ କରୁଛୁ, ଲକ୍ଡାଉନ୍ ୩. ୦ ପରେ କ’ଣ ହେବ?
କଂଗ୍ରେସ ଶାସିତ ରାଜ୍ୟମାନଙ୍କରେ କରୋନାଭାଇରସ୍ ମହାମାରୀର ପ୍ରଭାବ କିପରି ରହିଛି, ତାହା ସୋନିଆ ଗାନ୍ଧୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ସହ ସଂକ୍ରମଣ ଦମନ ପାଇଁ କି, ପଦକ୍ଷେପ ନିଆଯାଇଛି ତାହା ପଚାରି ବୁଝିଥିଲେ।