ମେ ପହିଲାରୁ ଚାଲିଥିବା ୮୩ଟି ଶ୍ରମିକ ସ୍ପେସାଲ୍ ଟ୍ରେନ୍‌ରେ ଯାତ୍ରା କରିଛନ୍ତି ୮୦ ହଜାରରୁ ଊର୍ଦ୍ଧ୍ବ ପ୍ରବାସୀ ଶ୍ରମଜୀବୀ

ନୂଆଦିଲ୍ଲୀ: ମେ ପହିଲାରୁ ଏ ପର୍ଯ୍ୟନ୍ତ ଚାଲିଥିବା ୮୩ଟି ଶ୍ରମିକ ସ୍ପେସାଲ୍‌ ଟ୍ରେନ୍‌ରେ ଅଟକି ରହିଥିବା ୮୦ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ପରିବହନ କରାଯାଇଥିବା କଥା ବୁଧବାର ଦିନ ଭାରତୀୟ ରେଳବାଇ କହିଛି।

ପ୍ରତ୍ୟେକ ସ୍ପେସାଲ୍ ଟ୍ରେନ୍‌ରେ ରହିଛି ୨୪ଟି ବଗି ଓ ସେଥିରେ ରହିଛି ୭୨ଟି ସିଟ୍। କିନ୍ତୁ ଶାରୀରିକ ଦୂରତା ନିମୟ ବଜାୟ ରଖିବାକୁ ପ୍ରତି ବଗିରେ ୫୪ ଜଣ ଲୋକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି। ବଗିରେ ଥିବା ମଝି ବର୍ଥଟି ଫାଙ୍କା ରଖାଯାଉଛି।

Image Source: The New Indian Express

ସ୍ପେସାଲ୍ ଟ୍ରେନ୍ ପାଇଁ ଏ ପର୍ଯ୍ୟନ୍ତ ରେଳବାଇ କେତେ ବ୍ୟୟ କଲାଣି ତାହା ବିଧିବଦ୍ଧ ଭାବେ ଦର୍ଶାଇ ନାହିଁ। କିନ୍ତୁ, ପ୍ରତି ସ୍ପେସାଲ୍ ଟ୍ରେନ୍‌ ଯାତ୍ରାରେ ପ୍ରାୟ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।

ଏହି ସ୍ପେସାଲ୍ ଟ୍ରେନ୍ ଯୋଗେ ବିହାର, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାକୁ ପ୍ରବାସୀ ଶ୍ରମିକ ଯୋଗେ ଯାତ୍ରା କରୁଛନ୍ତି।

ସମ୍ବନ୍ଧିତ ଖବର