ଲକ୍ଡାଉନ୍: ଚାଲି ଚାଲି ଘରକୁ ଫେରିଲେ ଅନ୍ତସତ୍ତ୍ବା, ପିଲାଙ୍କୁ କାଖରେ-କାନ୍ଧରେ ବୋହି ରାସ୍ତାରେ ଚାଲିଲେ ନିଃସହାୟ ମାଆ!
ମୁମ୍ବାଇ: କରୋନା ଭାଇରସ୍ ପାଇଁ ଲାଗୁ ହୋଇଥିବା ଲକ୍ଡାଉନ୍ ଯୋଗୁଁ ପୂର୍ବରୁ ଅନେକ ଲୋକ ନିଜ ଘରକୁ ଫେରିବା ପାଇଁ ଦୂରଦୂରାନ୍ତରୁ ଚାଲି ଆସୁଥିବାର ଉଦାହରଣ ଦେଖିବାକୁ ମିଳିଛି। ନିକଟରେ ନବି ମୁମ୍ବାଇର ଘନସୋଲିରୁ ନିଜ ଘର ମହାରାଷ୍ଟ୍ରର ବୁଲଧନାକୁ ଚାଲି ଚାଲି ଆସୁଥିବା ଜଣେ ଅନ୍ତସତ୍ତ୍ବା ମହିଳା ଚର୍ଚ୍ଚା ପାଲଟିଛନ୍ତି। ମହିଳା ଜଣକ ୭ ମାସର ଗର୍ଭବତୀ ଥିବାବେଳେ ପ୍ରାୟ ୫୦୦ କିମି ବାଟ ଚାଲିଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ମହିଳା ଜଣକ ହେଉଛନ୍ତି ନିକିତା। ସେ ନିଜର ଗର୍ଭ ଧାରଣ ସତ୍ତ୍ବେ ରାସ୍ତା କଡ଼େ କଡ଼େ ଚାଲି ଚାଲି ଘରକୁ ଫେରୁଥିବାର ଦୃଶ୍ୟ ଅନେକଙ୍କୁ ଚକିତ କରିଛି। ଗତକାଲି ସଂଧ୍ୟା ୭ଟାରେ ଯାତ୍ରା ଆରମ୍ଭ କରିଥିବା ନିକତାଙ୍କ ସହ ଜଣେ ଯୁବକଙ୍କୁ ବି ଦେଖିବାକୁ ମିଳିଥିଲା।
माँ… pic.twitter.com/aOfEnGDajl
— sohit mishra (@sohitmishra99) May 6, 2020
କେବଳ ସେତିକି ନୁହେଁ, ରାସ୍ତାରେ ଏମିତି ଅନେକ ନିଃସହାୟ ମାଆଙ୍କୁ ଦେଖିବାକୁ ମିଳୁଛି। ଆଉ ଜଣେ ମହିଳା ତାଙ୍କ ଜଣେ ପିଲାକୁ ହାତରେ ଧରି ଆଉ ଜଣେ ପିଲାକୁ କାନ୍ଧରେ ବୋହି ଚାଲି ଚାଲି ଯାଉଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଲକ୍ଡାଉନ୍ ଅବଧି ବୃଦ୍ଧି ଘୋଷଣା ହେବା ପରେ ପରେ ମୁମ୍ବାଇରୁ ଅନେକ ଦିନ ମଜୁରିଆ ପାଦରେ ଚାଲି ଚାଲି ନିଜ ଘରକୁ ଫେରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।