ଭାରତରେ କରୋନାଭାଇରସ୍: ୬୨୯୩୯ ଆକ୍ରାନ୍ତ, ୧୯୩୫୭ ସୁସ୍ଥ ଓ ୨୧୦୯ ମୃତ

ନୂଆଦିଲ୍ଲୀ: ମେ ୧୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୨୯୩୯ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୯୩୫୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୨୧୦୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୪୪ ଜଣ, ଆସାମରେ ୨ ଜଣ, ବିହାରରେ ୫ ଜଣ, ଚଣ୍ଡିଗଡ଼ରେ ୨ ଜଣ, ଦିଲ୍ଲୀରେ ୭୩ ଜଣ, ଗୁଜରାଟରେ ୪୭୨ ଜଣ, ହରିୟାଣାରେ ୯ ଜଣ, ହିମାଚଳ ପ୍ରଦେଶରେ ୨ ଜଣ, ଜମ୍ମୁ ଓ କଶ୍ମୀରରେ ୯ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୦ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୧୫ ଜଣ, ମହାରାଷ୍ଟ୍ରରେ ୭୭୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨ ଜଣ, ପଞ୍ଜାବରେ ୩୧ ଜଣ, ରାଜସ୍ଥାନରେ ୧୦୬ ଜଣ, ତାମିଲନାଡୁରେ ୪୪ ଜଣ, ତେଲେଙ୍ଗାନାରେ ୩୦ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୭୪ ଜଣ ଏବଂ ପଶ୍ଚମବଙ୍ଗରେ ୧୭୧ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୯୩୦), ଅରୁଣାଚଳ ପ୍ରଦେଶ (୧), ଆସାମ (୬୩), ବିହାର (୫୯୧), ଚଣ୍ଡିଗଡ଼ (୧୬୯), ଛତିଶଗଡ଼ (୫୯), ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ (୬୫୪୨), ଗୋଆ (୭), ଗୁଜରାଟ (୭୭୯୬), ହରିୟାଣା (୬୭୫), ହିମାଚଳ ପ୍ରଦେଶ (୫୦), ଜମ୍ମୁ ଓ କଶ୍ମୀର (୮୩୬), ଝାଡ଼ଖଣ୍ଡ (୧୫୬) କର୍ଣ୍ଣାଟକ (୭୯୪), କେରଳ (୫୦୫), ଲଦାଖ (୪୨), ମଧ୍ୟପ୍ରଦେଶ (୩୬୧୪), ମହାରାଷ୍ଟ୍ର (୨୦୨୨୮), ମଣିପୁର (୨), ମେଘାଳୟ (୧୩), ମିଜୋରାମ (୧), ଓଡ଼ିଶା (୨୯୪), ପୁଦ୍ଦୁଚେରୀ (୯), ପଞ୍ଜାବ (୧୭୬୨), ରାଜସ୍ଥାନ (୩୭୦୮), ତାମିଲନାଡୁ (୬୫୩୫), ତେଲେଙ୍ଗାନା (୧୧୬୩), ତ୍ରିପୁରା (୧୩୪), ଉତ୍ତରାଖଣ୍ଡ (୬୭), ଉତ୍ତରପ୍ରଦେଶ (୩୩୭୩) ଓ ପଶ୍ଚିମବଙ୍ଗ (୧୭୮୬) । ଆକ୍ରାନ୍ତଙ୍କ ମଧ୍ୟରେ ୧୧୧ ଜଣ ବିଦେଶୀ ନାଗରିକ ଅନ୍ତର୍ଭୁକ୍ତ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୮୮୭), ଅରୁଣାଚଳ ପ୍ରଦେଶ (୧), ଆସାମ (୩୪), ବିହାର (୩୨୨), ଚଣ୍ଡିଗଡ଼ (୨୪), ଛତିଶଗଡ଼ (୪୩), ଦିଲ୍ଲୀ (୨୦୨୦), ଗୋଆ (୭), ଗୁଜରାଟ (୨୦୯୧), ହରିୟାଣା (୨୯୦), ହିମାଚଳ ପ୍ରଦେଶ (୩୮), ଜମ୍ମୁ ଓ କଶ୍ମୀର (୩୬୮), ଝାଡ଼ଖଣ୍ଡ (୭୮), କର୍ଣ୍ଣାଟକ (୩୮୬), କେରଳ (୪୮୫), ଲଦାଖ (୧୭), ମଧ୍ୟପ୍ରଦେଶ (୧୬୭୬), ମହାରାଷ୍ଟ୍ର (୩୮୦୦), ମଣିପୁର (୨), ମେଘାଳୟ ୧୦, ମିଜୋରାମ (୧) ଓଡ଼ିଶା (୬୩), ପୁଦ୍ଦୁଚେରୀ (୬), ପଞ୍ଜାବ (୧୫୭), ରାଜସ୍ଥାନ (୨୦୨୬), ତାମିଲନାଡୁ (୧୮୨୪), ତେଲେଙ୍ଗାନା (୭୫୦), ତ୍ରିପୁରା (୨), ଉତ୍ତରାଖଣ୍ଡ (୪୬), ଉତ୍ତରପ୍ରଦେଶ (୧୪୯୯) ଓ ପଶ୍ଚିମବଙ୍ଗ (୩୭୨) ।

 

ସମ୍ବନ୍ଧିତ ଖବର