ଥମୁନି ହାତୀ ଉପଦ୍ରବ: ଘର ଛାରଖାର କକିବା ସହ ଖାଇଗଲେ ଖାଦ୍ୟ ସାମଗ୍ରୀ, ଅଳ୍ପକେ ବର୍ତ୍ତିଲେ ୱାର୍ଡ ମେମ୍ବର

ରାଉରକେଲା: କୋଇଡା ବ୍ଲକ ମାଲଦା ପଞ୍ଚାୟତ ଗିଡେଇ ଗ୍ରାମରେ ୧୦ ଗୋଟି ଜଙ୍ଗଲି ହାତୀ ପଶି ଯାଇ ୪ ନଂ ୱାର୍ଡର ୱାର୍ଡ ମେମ୍ବର ଗମ୍ବାରୀ ମୁଣ୍ଡା ଗତକାଲି ନିଜ ଘରେ ସପରିବାର ଶୋଇଥିବା ବେଳେ ଅଚାନକ ୧୦ ଗୋଟି ହାତୀ ଆସି ତାଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗି ଛାରଖାର କରିଥିବା ବେଳେ ସମସ୍ତ ଖାଦ୍ୟସାମଗ୍ରୀ ଖାଇବା ସହ ଆସବାବପତ୍ର, ଖଟ ନଷ୍ଟ କରିଦେଇଥିଲେ । ହେଲେ ଏ ଘଟଣାସ୍ଥଳରୁ ସଙ୍ଗେ ସଙ୍ଗେ ପରିବାର ଦୌଡି ପଳେଇଯିବାରୁ ହାତୀ କବଳରୁ ରକ୍ଷା ପାଇଥିଲେ । ହେଲେ ଏବେ ତାଙ୍କର ପରିବାର ସମ୍ପୁର୍ଣ୍ଣ ଅସହାୟ ଓ ଲାଚାର । ନା ଅଛି ରହିବା ପାଇଁ ଛାତ ନା ଖାଦ୍ୟ ।

ଏ ପରିସ୍ଥିତିରେ ବନଖଣ୍ଡ ବିଭାଗ ଖବର ପାଇଥିଲେ ହେଁ ଏବେ ପର୍ଯ୍ୟନ୍ତ କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ । ଗ୍ରାମରେ ବର୍ଷେ ପୁର୍ବରୁ ୦୫ ମିନିଟ ପାଇଁ ବିଦ୍ୟୁତ ଆସିଥିଲା ତା ପରଠାରୁ ବିଦ୍ୟୁତ ସରବରାହ ଠପ୍ ରହିଛି । ଅନ୍ଧକାର ମୟ ହୋଇଥିବା ଏହି ଗ୍ରାମରେ ହାତୀ ଉପଦ୍ରବ ସେଥିପାଇଁ ବେଶି ରହିଥାଏ । ଏ ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆଜି ଯାଏ ପଦକ୍ଷେପ ନିଆ ଯାଇ ନାହିଁ ।

ସମ୍ବନ୍ଧିତ ଖବର