ଚାରିମାସ ପରେ ଖୋଲିଲା ସ୍କୁଲ: ନାତିର ସାର୍ଟ ବଟମ୍ ଲଗାଉଥିବା ସମୟରେ ହସିହସି ବେଦମ୍ ହୋଇଗଲେ ଜେଜେ ମା’: ଭିଡିଓ ଦେଖନ୍ତୁ
ନୂଆଦିଲ୍ଲୀ: ଚୀନରେ ଚାରିମାସ ପରେ ଲକ୍ଡାଉନ୍କୁ କୋହଳ କରାଯାଇଛି। ଲକ୍ଡାଉନ କୋହଳ ହେବା ପରେ ପୁଣିରେ ସ୍କୁଲ ଖୋଲିଛି। ସ୍କୁଲ ଯିବା ପାଇଁ ଘରେ ପିଲାଙ୍କୁ ପ୍ରସ୍ତୁତ କରୁଥିବା ବେଳେ ଅନେକ ମଜାଦାର ଭିଡିଓ ଏବେ ସାମ୍ନାକୁ ଆସିଛି। କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜେଜେ ମା’ ତାଙ୍କ ନାତିକୁ ସ୍କୁଲ ଡ୍ରେସ୍ ପିନ୍ଧାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ନାତିକୁ ତାର ସ୍କୁଲ ଡ୍ରେସ୍ ହେଉନାହିଁ। ଯାହାକୁ ଦେଖି ଜେଜେ ମା’ ହସିହସି ବେଦମ ହୋଇପଡ଼ୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ମହାମାରୀ ପାଇଁ ଚାରି ମାସ ହେବ ଲାକଡାଉନ୍ ଜାରି କରାଯାଇଥିଲା। ଏହି କାରଣରୁ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯିବା ସହ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ କରି ଦିଆଯାଇଥିଲା। ଏହି ସମୟରେ ଚୀନର ହେନାନ ଏନିୟାଙ୍ଗ ସହରରେ ବସବାସ କରୁଥିବା ଜଣେ ଶିଶୁର ଓଜନ ବୃଦ୍ଧି ପାଇ ୫୫କେଜି ହୋଇଯାଇଛି। ଆଉ ସେ ସ୍କୁଲ ଯିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ତାକୁ ତାର ସ୍କୁଲ ପୋଷାକ ହେଉ ନାହିଁ।
ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଲୋକମାନେ ଏହାକୁ ବେଶ୍ ପସନ୍ଦ କରିବା ସହିତ ମଜାଦାର ପ୍ରତିକ୍ରିୟା ବି ଦେଇଛନ୍ତି। ଚୀନରେ ସମ୍ପ୍ରତି କରୋନା ସଂକ୍ରମଣ ହ୍ରାସ ପାଇଛି। କରୋନାର କେନ୍ଦ୍ରବିନ୍ଦୁ କହୁଥିବା ଉହାନ୍ରେ ଏଯାବତ ଗୋଟିଏ ବି ମାମଲା ସାମ୍ନାକୁ ଆସିନାହିଁ। ମଇ ମାସରେ ୭ଜଣ ପୀଡିତ ଥିଲେ। ଇତିମଧ୍ୟରେ ସେମାନେ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି।