ନକ୍ସା ବିବାଦ ପରେ ନେପାଳର ଆଉ ଏକ ଷଡଯନ୍ତ୍ର!
ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ମାନଚିତ୍ର ବିବାଦର ପ୍ରଭାବ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଉପରେ ପ୍ରଭାବ ପକାଇବାକୁ ଆରମ୍ଭ କରିଛି | ଆଉ ନକ୍ସା ବିବାଦ ପରେ ନେପାଳ ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି | ଯେଉଁଥିରେ ନେପାଳରେ ଭାରତୀୟ ମହିଳାଙ୍କୁ ରାଜନୈତିକ ତଥା ସାମାଜିକ ଅଧିକାରରୁ ଦୂରେଇ ରଖିବା ପାଇଁ ଯୋଜନା ଚାଲିଛି | ଯାହାକି ଦୁଇ ଦେଶ ମଧ୍ୟରେ ଥିବା ମୈତ୍ରୀ ସନ୍ଧି ବିରୋଧରେ ବୋଲି ଭାରତ ପକ୍ଷରୁ କୁହାଯାଇଛି | ଏହି ନୂଆ ଯୋଜନା ମୁତାବକ ନେପାଳର ନାଗରିକଙ୍କୁ ବିବାହ କରିବାକୁ ନେପାଳ ଯାଉଥିବା ଭାରତୀୟ ମହିଳାଙ୍କୁ ବର୍ତ୍ତମାନ ନେପାଳର ନାଗରିକତ୍ୱ ପାଇବା ପାଇଁ ୭ ବର୍ଷ ଅପେକ୍ଷା କରିବାକୁ ପଡିବ |
Sambad is now on WhatsApp
Join and get latest news updates delivered to you via WhatsApp
ଏଭଳି ପରିସ୍ଥିତିରେ ଭାରତୀୟ ବିବାହିତ ମହିଳାମାନଙ୍କୁ ସାତ ବର୍ଷ ପାଇଁ ନେପାଳରେ ସମସ୍ତ ପ୍ରକାର ରାଜନୈତିକ ଅଧିକାରରୁ ବଞ୍ଚିତ ହେବାକୁ ପଡିବ। ଶନିବାର ସକାଳେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଆୟୋଜିତ ନେପାଳ କମ୍ୟୁନିଷ୍ଟ ପାର୍ଟିର ବୈଠକରେ ନାଗରିକତ୍ୱ ଉପରେ ସଂଶୋଧିତ ଆଇନ ପ୍ରଣୟନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଯେହେତୁ ଶାସକ କମ୍ୟୁନିଷ୍ଟ ପାର୍ଟିର ପ୍ରାୟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ରହିଛି, ଏହି ଆଇନ ସଂସଦ ଦ୍ୱାରା ସହଜରେ ପାରିତ ହେବ। ଏହି ଆଇନ ପ୍ରଣୟନ ପଛରେ ଓଲି ସରକାରଙ୍କ ଏକମାତ୍ର ଉଦ୍ଦେଶ୍ୟ ହେଉଛି ନେପାଳ ଏବଂ ଭାରତ ମଧ୍ୟରେ ଥିବା ପାରିବାରିକ ସମ୍ପର୍କକୁ କିଭଳି ସମାପ୍ତ କରିବେ ବୋଲି ବିଷେଶଜ୍ଞ କହିଛନ୍ତି |