ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଆକ୍ସିସ୍ ବ୍ୟାଙ୍କ୍ ଶାଖା କର୍ମଚାରୀ ଶାଶ୍ବତ ପ୍ରସାଦ ଦାଶ (୨୮)ଙ୍କ ଝୁଲନ୍ତା ଶବ ଶକ୍ତିନଗର ସ୍ଥିତ ତାଙ୍କ ଭଡ଼ାଘରୁ ଉଦ୍ଧାର କରାଯାଇଛି। ଭୁବନେଶ୍ବରର ମୂଳବାସିନ୍ଦା ଶାଶ୍ବତ ଏଠାରେ ଲୋନ୍ ଅଫିସର୍ ଭାବେ କାର୍ଯ୍ୟରତ ଥିଲେ। ପ୍ରାଥମିକ ତଦନ୍ତରୁ ସେ ବେକରେ ରଶି ଲଗାଇ ଆତ୍ମହତ୍ୟା ଅନୁମାନ କରାଯାଉଥିବା ବେଳେ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁସାରେ, ଗତକାଲି ସନ୍ଧ୍ୟାରେ ଶାଶ୍ବତ ବାହାରକୁ ଯାଇ ଘରକୁ ଆସିଥିବା ତାଙ୍କ ଘର ମାଲିକ ଶେଷ ଥର ପାଇଁ ଦେଖିଥିଲେ। ଆଜି ସକାେଳ ଶାଶ୍ବତ ବ୍ୟାଙ୍କ୍ରେ ପହଞ୍ଚି ନଥିବାରୁ ସହକର୍ମୀମାନେ ତାଙ୍କୁ ଫୋନ୍ କରିଥିଲେ। କିନ୍ତୁ ଶାଶ୍ବତ ମୋବାଇଲ୍ ନ ଉଠାଇବାରୁ ଜଣେ କର୍ମଚାରୀ ତାଙ୍କ ଭଡ଼ା ଘରେ ପହଞ୍ଚି କବାଟ ବାଡ଼େଇଥିଲେ। ତଥାପି କୌଣସି ଉତ୍ତର ମିଳି ନଥିଲା। ସ୍ଥାନୀୟବାସିନ୍ଦା ଭେଣ୍ଟିଲେଟର୍ ପଟେ ଚଢ଼ି ଦେଖିବା ବେଳକୁ ଶାଶ୍ବତଙ୍କ ଶବ ପଙ୍ଖାରେ ଝୁଲୁଥିଲା। ପୁଲିସ ପହଞ୍ଚି କବାଟ ଭାଙ୍ଗି ଶବକୁ ଜବତ କରିଥିଲା।
ଶାଶ୍ବତଙ୍କ ଆତ୍ମହତ୍ୟାର କାରଣ ଏଯାଏ ସ୍ପଷ୍ଟ ହୋଇପାରିନି। ପ୍ରାୟ ବର୍ଷେ ହେଲା ସେ ବୁଗୁଡ଼ାରେ ରହୁଛନ୍ତି। ୧୦ ମାସ ତଳେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ଭାଇ କୋଲକାତାରେ ଚାକିରି କରୁଥିବା ବେଳେ ବାପା ଭୁବନେଶ୍ବରରେ ଏକୁଟିଆ ରହୁଛନ୍ତି। ଏହାମଧ୍ୟମରେ ଶାଶ୍ୱତଙ୍କ ବାହାଘର ପାଇଁ କନ୍ୟା ଦେଖା ଚାଲିଥିଲା। କର୍ମଚାରୀଙ୍କ ସହ ସେ ଭଲ ମିଳାମିଶା ମଧ୍ୟ କରୁଥିଲେ। କିନ୍ତୁ କାହିଁକି ଶାଶ୍ବତ ଏଭଳି ଏକ ଚରମ ପଦକ୍ଷେପ ନେଲେ ଏହା ସଭିଙ୍କୁ ତାଜୁବ୍ କରିଛି। ବୁଗୁଡ଼ା ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ସହ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।