ବାଲେଶ୍ୱର: ୧୦ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ବାଲେଶ୍ୱର କୋଭିଡ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ସୁସ୍ଥ ହୋଇଛନ୍ତି। ଚିକିତ୍ସା ପରେ ତାଙ୍କର ସ୍ୱାବ ସଂଗ୍ରହ କରି କୋଭିଡ-୧୯ ପରୀକ୍ଷା ପାଇଁ ପଠା ଯାଇଥିଲା। ଏହି ରିପୋର୍ଟ ନେଗେଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲ୍ରୁ ଛୁଟି ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କର ପୂର୍ବରୁ ଶ୍ୱାସଜନିତ ରୋଗ ରହିଥିଲା। ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କରୋନା ସନ୍ଦେହରେ ତାଙ୍କର ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠା ଯାଇଥିଲେ। ତେବେ ରିପୋର୍ଟ ନେଗେଟିଭ୍ ଆସିଥିଲା। ଗତ ଜୁଲାଇ ୪ ତାରିଖରେ ସାମାନ୍ୟ ଥଣ୍ଡା ଓ ନାକ ବନ୍ଦ ହେବାରୁ ସନ୍ଦେହରେ ପୁଣିଥରେ ତାଙ୍କର ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିଲା। ନୀଳଗିରି ବିଧାୟକଙ୍କ ଏହି ରିପୋର୍ଟ ପଜିଟିଭ୍ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା।
ଏପଟେ ଗତ ଜୁଲାଇ ୩ ତାରିଖରେ ସେ ବାଲେଶ୍ୱର ସଦରର ଦିବଂଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ସ୍ମୃତିସଭାରେ ଯୋଗ ଦେବା ଅବସରରେ ରେମୁଣା ବିଧାୟକ ନୀଳଗିରି ବିଧାୟକଙ୍କ ସଂସ୍ପର୍ଶରେ ଆସିଥିଲେ। ଗତ ୬ ତାରିଖରେ ନୀଳଗିରି ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରେମୁଣା ବିଧାୟକ ଗୃହ ସଙ୍ଗରୋଧରେ ଥିଲେ। ଗତକାଲି ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ସେ ଏବେ କୋଭିଡ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି।