କୁଳଭୂଷଣ ଯାଦବ ମାମଲା ଶୁଣାଣି ନିମନ୍ତେ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କଲେ ଇସ୍ଲାମାବାଦ୍ ହାଇକୋର୍ଟ
ଇସ୍ଲାମାବାଦ୍: ଆସନ୍ତା ସପ୍ତାହରୁ ଭାରତୀୟ ନୌସେନାର ପୂର୍ବତନ କମାଣ୍ଡର୍ କୁଳଭୂଷଣ ଯାଦବ ମାମଲାର ଶୁଣାଣି ନିମନ୍ତେ ଇସ୍ଲାମାବାଦ୍ ହାଇକୋର୍ଟ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିଥିବା କଥା ଗୁରୁବାର ଦିନ ଜିଓ ନିଉଜ୍ ରିପୋର୍ଟ କରିଛି। ଗୁପ୍ତଚର ମାମଲାରେ ଜଡ଼ିତ ଥିଲେ ବୋଲି କୁହାଯାଉଥିବା ଯାଦବଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁମୋଦନ ପାଇବା ଲାଗି ଏ ସପ୍ତାହର ପ୍ରାରମ୍ଭରେ ପାକିସ୍ତାନ ସରକାର ସଂସଦରେ ‘ଇଣ୍ଟର୍ନ୍ୟାସ୍ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ ଅର୍ଡିନାନ୍ସ୍, ୨୦୨୦’ ଉପସ୍ଥାପନ କରିଥିଲେ। ୨୦୧୭ରେ ସାମରିକ ଅଦାଲତ ତାଙ୍କୁ ଦେଇଥିବା ମୃତ୍ୟୁଦଣ୍ଡାଦେଶ ବିରୋଧରେ ଆବେଦନ କରିବାକୁ ଏହି ବିଧେୟକ ରାସ୍ତା ଫିଟାଇବ।
ଭାରତୀୟ ଗୁପ୍ତଚର ଯାଦବଙ୍କ ପାଇଁ ଜଣେ ଆଇନ ପ୍ରତିନିଧି ନିଯୁକ୍ତ କରିବା ଲାଗି ଜୁଲାଇ ୨୨ ତାରିଖ ଦିନ ପାକିସ୍ତାନ ସରକାର ଇସ୍ଲାମାବାଦ୍ ହାଇକୋର୍ଟରେ ପହଞ୍ଚିଥିଲେ।
ପାକିସ୍ତାନ ସରକାର ଦାଖଲ କରିଥିବା ପିଟିସନ୍ ଅନୁସାରେ, ମୃତ୍ୟୁ ଦଣ୍ଡାଦେଶ ବିରୋଧରେ ପିଟିସନ୍ ଫାଇଲ୍ କରିବାକୁ ଯାଦବ ମନା କରିଦେଇଛନ୍ତି। ଭାରତର ସହାୟତା ବିନା ଯାଦବ ପାକିସ୍ତାନରେ ଜଣେ ଓକିଲ ନିଯୁକ୍ତ କରି ପାରିବେ ନାହିଁ। ଏହି ଅଧ୍ୟାଦେଶର ସୁବିଧା ନେବାକୁ ନୂଆଦିଲ୍ଲୀ ମଧ୍ୟ କୁଣ୍ଠିତ ବୋଲି ପିଟିସନ୍ରେ ଉଲ୍ଲେଖ କରାଯାଇଛି।
‘ଆଇସିଜେ’ର ନିଷ୍ପତ୍ତି ପ୍ରଣୟନ ହେଲା ବୋଲି ଦର୍ଶାଇବାକୁ ପାକିସ୍ତାନ ଯାଦବଙ୍କ ପାଇଁ ଆଇନ ପ୍ରତିନିଧି ନିଯୁକ୍ତ କରିବାକୁ ହାଇକୋର୍ଟଙ୍କୁ କହିଛି।
ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଦ୍ବିତୀୟ ସୁଯୋଗ ସମ୍ପୂର୍ଣ୍ଣ ହାସଲ କରି ନ ହେବାରୁ ଜୁଲାଇ ୧୭ ତାରିଖ ଦିନ ପାକିସ୍ତାନ ତୃତୀୟ ଥର ଲାଗି ଯାଦବଙ୍କୁ କନ୍ସୁଲାର୍ ଆକ୍ସେସ୍ ଦେଇଥିଲା।