ମିଲିଟାରି କ୍ୟାଣ୍ଟିନ୍ରେ କେବଳ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦ ବିକ୍ରି ଲାଗି ଏପର୍ଯ୍ୟନ୍ତ ନିଷ୍ପତ୍ତି ନିଆଯାଇ ନାହିଁ: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସମଗ୍ର ଦେଶରେ ପ୍ରତିରକ୍ଷା ମନ୍ତ୍ରାଳୟ ଦ୍ବାରା ପରିଚାଳିତ ମିଲିଟାରି କ୍ୟାଣ୍ଟିନ୍ରେ କେବଳ ‘ମେଡ୍ ଇନ୍ ଇଣ୍ଡିଆ’ ସାମଗ୍ରୀ ବିକ୍ରୟ ନିମନ୍ତେ ଏଯାବତ୍ ନିଷ୍ପତ୍ତି ହୋଇ ନ ଥିବା କଥା ଶନିବାର ଦିନ କେନ୍ଦ୍ର ସରକାର କହିଛନ୍ତି। ରାଜ୍ୟସଭାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ କହିଛନ୍ତି ଯେ, ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀ ମୋଦୀ ଗୁରତ୍ବାରୋପ କରିଥିବା ଆତ୍ମନିର୍ଭର ଏବଂ ‘ଭୋକାଲ୍ ଫର୍ ଲୋକାଲ୍’କୁ ଆଧାର କରି ନିଜ ଷ୍ଟୋର୍ମାନଙ୍କରେ କେବଳ ‘ମେଡ୍ ଇନ୍ ଇଣ୍ଡିଆ’ ଉତ୍ପାଦ ବ୍ୟବହାର ଓ ବିକ୍ରୟ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ବିଚାର କରୁଛି କି, ନାହିଁ ପ୍ରଶ୍ନର ଉତ୍ତର ଦେଇ ନାଇକ ଏକଥା କହିଛନ୍ତି।
ଉତ୍ତରରେ ନାଇକ କହିଲେ ଯେ, ୨୦୧୭-୧୮ରେ ସାମରିକ କ୍ୟାଣ୍ଟିନ୍ମାନଙ୍କର ସମୁଦାୟ କାରବାର ଥିଲା ୧୭,୧୯୦ କୋଟି ଟଙ୍କା। ୨୦୧୮-୧୯ରେ ଏହା ବୃଦ୍ଧି ପାଇ ୧୮,୯୧୭ ଟଙ୍କାରେ ପହଞ୍ଚିଥିଲା। ୨୦୧୯-୨୦ରେ ସମୁଦାୟ କାରବାର ୧୭, ୫୮୮ କୋଟି ଟଙ୍କାର ହୋଇଥିବା ରିପୋର୍ଟ ହୋଇଛି।
ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟଯାଏଁ ୩, ୬୯୨ କୋଟି ଟଙ୍କା କାରବାର ହୋଇଥିବା ରେକର୍ଡ କରାଯାଇଛି।