କରୋନା ପଜିଟିଭ୍ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ମନା, ନିର୍ଦ୍ଦେଶ ଅମାନ୍ୟ କରି ଶ୍ରୀମନ୍ଦିରକୁ ଗଲେ ରୁଜୁ ହେବ ମାମଲା

୧୭ ଦିନ ପୂର୍ବରୁ ଯାଇପାରିବେନି ଶ୍ରୀମନ୍ଦିର

ପୁରୀ:  ଶ୍ରୀମନ୍ଦିର ସେବାୟତଙ୍କ ଉପରେ ଲାଗିଲା କଟକଣା । କରୋନା ପଜିଟିଭ ଚିହ୍ନଟ ହୋଇଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ ୧୭ ଦିନ ପୂର୍ବରୁ ଶ୍ରୀମନ୍ଦିର ଭିତରକୁ ଯାଇପାରିବେନି । ପଜିଟିଭ ଥାଇ ଶ୍ରୀମନ୍ଦିର ଭିତରକୁ କଲେ ମାମଲା ରୁଜୁ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ପଜିଟିଭ ଚିହ୍ନଟ ହୋଇଥିବା ସେବାୟତ ପ୍ରଥମେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇବେ । ଏହାସହ ଶ୍ରୀମନ୍ଦିର ପରିସରରେ ଗୁଟଖା ଓ ପାନଛେପ ପକାଇଲେ ମଧ୍ୟ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି ।

ଇତିମଧ୍ୟରେ  ପୁରୀ ଶ୍ରୀମନ୍ଦିରରେ ୪୫୦ ଜଣ ସେବାୟତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେବାୟତ ଚିହ୍ନଟ ହେବାପରେ ଏବେ ଶ୍ରୀଜିଉଙ୍କ ନୀତିକାନ୍ତିକୁ ନେଇ ଚିନ୍ତା ବଢିଯାଇଛି । ସେବାୟତ ସଂକ୍ରମିତ ହେଉଥିବାରୁ ପାଳିଆ ସେବାୟତଙ୍କୁ ନିଯୁକ୍ତି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଯୋଜନା ଚଲାଉଛି ।

ଅପରପକ୍ଷରେ ସଂକ୍ରମଣ ଆଶଙ୍କାରେ ଆଜି ପଜିଟିଭ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଅଳ୍ପ ସେବାୟତରେ ବର୍ତ୍ତମାନ ପାଇଁ ନୀତିକାନ୍ତି କରାଯାଉଛି।

ସମ୍ବନ୍ଧିତ ଖବର