କାଶୀପୁର: କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରାମ ଷ୍ଟେସନ ନିକଟରେ ଆଜି ସକାଳେ ଏକ ପରିବାରର ତିନି ଜଣଙ୍କର ମୃତଦେହ ଠାବ କରାଯାଇଛି। ଏଠାରେ ବାପା, ପୁଅ ଓ ଝିଅଙ୍କର ରେଳ ଧାରଣାରେ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ପରିବାରର ବାପା, ତାଙ୍କ ନାବାଳକ ପୁଅ ଓ ନାବାଳିକା ଝିଅ ଆଜି ସକାଳେ ଗାଡ଼ି ପୂଜା କରିବା ପରେ କୌଣସି କାରଣରୁ ସିଙ୍ଗାରାମ ଷ୍ଟେସନ୍ ନିକଟକୁ ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଥିବା ରେଳ ଧାରଣାରେ ସେହି ୩ ଜଣଙ୍କର ରାୟଗଡ଼ାଠାରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ମାଲଗାଡ଼ି ସହ ଧକ୍କା ହେବା ପରେ ମୃତ୍ୟୁ ହେଇଥିବା କୁହାଯାଉଛି। ମୃତ୍ୟୁ ଖବର ପାଇବା ପରେ ସେହି ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଶତାଧିକ ଲୋକ ପହଞ୍ଚି ଯାଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ବାପା ସମେତ ପୁଅ ଓ ଝିଅ ବାଇକରେ ଆସି ଗାଡ଼ିକୁ ରେଳ ଷ୍ଟେସନ ବାହାରେ ରଖି ରେଳ ଧାରଣା ନିକଟରେ ଠିଆ ହେଇଥିଲେ । କୌଣସି କାରଣରୁ ଉକ୍ତ ମାଲ ଗାଡ଼ି ଯାଉଥିବା ବେଳେ ବାପା ପ୍ରଥମେ ତାଙ୍କ ସାନ ପୁଅକୁ ଚଳନ୍ତା ଗାଡ଼ି ଚକ ତଳେ ପିଙ୍ଗି ଦେଇଥିଲେ। ତାପରେ ପୁଣି ଝିଅକୁ ମଧ୍ୟ ଜୋର ଜବରଦସ୍ତ ଧରି ମାଲଗାଡ଼ି ଚକ ତଳେ ପିଙ୍ଗି ପରବର୍ତ୍ତୀ ସମୟରେ ନିଜେ ମଧ୍ୟ ଚକ ତଳେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାର କାରଣ ସ୍ପଷ୍ଟ ହେଇ ନ ଥିଲେ ମଧ୍ୟ ଏହା ଏକ ପାରିବାରିକ ବିଶୃଙ୍ଖଳା ଯୋଗୁ ଘଟିଥିବା ଚର୍ଚ୍ଚା ହେଉଛି।