ଖୋର୍ଦ୍ଧା : ବୋଲଗଡ ବ୍ଳକ ଗୋପାଳପୁର ପଞ୍ଚାୟତର ନାରାୟଣୀପଡାରେ ବେଆଇନ ମୋରମ ଖୋଳା ଯାଉଥିବା ଖବର ପାଇ ବୋଲଗଡ ତହସିଲଦାର ଏବଂ ତାଙ୍କର ଏକ ଟିମ୍ ଚଢାଉ କରିଥିଲେ। । ଚଢାଉ ସମୟରେ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରିଥିଲେ। ଏହି ସମୟରେ ନାରାୟଣୀପଡାର ଗୋପବନ୍ଧୁ ରଣସିଂହ ଘଟଣାସ୍ଥଳରେ ପହଞ୍ଚି ତହସିଲଦାର ଓ ତହସିଲ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ମରଣାନ୍ତକ ଆକ୍ରମଣ କରିଥିବାର ତହସିଲଦାର ଓ ତାଙ୍କର କର୍ମଚାରୀ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ପୁଲିସ ଅଭିଯୋଗ ପାଇବା ପରେ ବେଗୁନିଆ ଥାନାରେ ଏକ ମାମଲା ରୁଜୁ କରି ମୋରମ ଖଣିରେ ବ୍ୟବହୃତ ଦୁଇଟି ଟ୍ରାକ୍ଟର ଓ ଗୋଟିଏ ଜେସିବି ମେସିନକୁ ଜବତ କରିବା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଥିବା ବେଗୁନିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।