ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦିନକ ମଧ୍ୟରେ ଦେଶରେ ପୁଣି ୩୫ ହଜାର ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ପୁଣି ୫୨୬ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୬୪୮ ଛୁଇଁଛି।
Sambad is now on WhatsApp
Join and get latest news updates delivered to you via WhatsApp
With 35,551 new #COVID19 infections, India’s total cases rise to 95,34,965
With 526 new deaths, toll mounts to 1,38,648. Total active cases at 4,22,943
Total discharged cases at 89,73,373 with 40,726 new discharges in the last 24 hrs pic.twitter.com/UvcX9z2aaX
— ANI (@ANI) December 3, 2020
ଏବେ ସୁଦ୍ଧା ଦେଶରୁ କରୋନାରୁ ସୁସ୍ଥ ହୋଇ ସାରିଲେଣି ୮୯ ଲକ୍ଷ ୭୩ ହଜାର ୩୭୩ ଜଣ ଓ ଏବେ ସକ୍ରିୟ ଅଛନ୍ତି ୪ ଲକ୍ଷ ୨୨ ହଜାର ୯୪୩ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଛନ୍ତି।
Total number of samples tested up to 2nd December is 14,35,57,647 including 11,11,698 samples tested yesterday: Indian Council of Medical Research (ICMR) pic.twitter.com/5JI75d6ULk
— ANI (@ANI) December 3, 2020
ସେହିପରି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ(ଆଇସିଏମ୍ଆର୍) ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨ ତାରିଖରେ ୧୧ ଲକ୍ଷ ୧୧ ହଜାର ୬୯୮ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ଏବେ ସୁଦ୍ଧା ଦେଶରେ ସର୍ବମୋଟ ୧୪ କୋଟି ୩୫ ଲକ୍ଷ ୫୭ ହଜାର ୬୪୭ ନମୁନା ପରୀକ୍ଷା ସରିଲାଣି।