ସୁନାଗହଣା ବ୍ୟାଗ୍ ଲୁଟ୍ ଘଟଣା, ଧରାପଡ଼ିଲେ ୩ ଲୁଟେରା Latestଅପରାଧଯାଜପୁର By Sambad Digital Last updated Dec 11, 2020 Sambad ସେୟାର କାଳିଆପାଣି: ଗଉଡ଼ବାହାଳି ଛକ ନିକଟରୁ ଦୁର୍ବୃତ୍ତମାନେ ଦମ୍ପତିଙ୍କଠାରୁ ସୁନାଗହଣା ବ୍ୟାଗ୍ ଝାମ୍ପି ନେବା ଘଟଣାରେ ଯାଜପୁର ଜିଲ୍ଲା ଟମକା ଥାନା ପୁଲିସ ଆଜି ୩ ଲୁଟେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ସୁନାଗହଣା ଓ ମୋବାଇଲ ଜବତ ହୋଇଛି। ସିସି କ୍ୟାମେରା ଫୁଟେଜକୁ ଆଧାର କରି ପୁଲିସକୁ ଏହି ସଫଳତା ମିଳିଥିବା କୁହାଯାଉଛି। ଲୁଟେରାମାନେ ବ୍ୟବହାର କରୁଥିବା ଏକ କଳା ପଲ୍ସର ବାଇକ୍ ମଧ୍ୟ ଜବତ ହୋଇଛି। ଯାଜପୁର ରୋଡର ବ୍ୟବସାୟୀ ରୂପକ ରଂଜନ ସାହୁ, ତାଙ୍କ ପତ୍ନୀ ସୁପ୍ରିୟା ସାହୁ ଓ ୬ ମାସର ଶିଶୁଙ୍କୁ ନେଇ ଏକ ସ୍କୁଟିରେ ଦେଓଗାଁ ସ୍ଥିତ ବନ୍ଧୁଘରକୁ ଗତ ୯ ତାରିଖରେ ଯାଉଥିଲାବେଳେ ଦିନ ପ୍ରାୟ ୧୧.୨୫ରେ ଗଉଡ଼ବାହାଳି ଛକର ତାରାମଣି ଭେରାଇଟି ଷ୍ଟୋର ନିକଟରେ ଏହି ଲୁଟ୍ ହୋଇଥିଲା। ଗାଡ଼ି ଅଟକାଇ ରୂପକ ଓ ସୁପ୍ରିୟା ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ଲୁଟେରାମାନେ ଏକ ବାଇକ୍ରେ ଆସି ଗାଡ଼ିରେ ଥିବା ସୁନାଗହଣା ଭର୍ତ୍ତି ଭ୍ୟାନିଟି ବ୍ୟାଗ୍କୁ ଝାମ୍ପି ନେଇଥିଲେ। ଲୁଟ୍ ପରେ ତିନିଜଣ ଲୁଟେରା ବାଇକ୍ରେ ଗ୍ରାମ୍ୟ ରାସ୍ତାରେ ଫେରାର ହୋଇଯାଇଥିଲେ। ରୂପକ ଏନେଇ ଟମକା ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ସଂଘମିତ୍ରା ନାୟକ ଘଟଣାସ୍ଥଳରେ ପହଞ୍ଚି ତତନ୍ତ କରିବା ସହ ସିସିଟିଭିରୁ ଲୁଟେରାଙ୍କ ଗିତିବିଧି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗତକାଲି ବିଳମ୍ବିତ ରାତିରେ ସେମାନଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲା। କୋରେଇ ଥାନା ଅନ୍ତର୍ଗତ ପୂର୍ବକୋଟ ଅଞ୍ଚଳରେ। ଗିରଫ ଅଭିଯୁକ୍ତମାନେ ହେଲେ ଶାନ୍ତି, ଆଶୁ ଓ ଶିବନାଥ। Sambad is now on WhatsApp Join and get latest news updates delivered to you via WhatsApp Join Now