ଝିଅକୁ ଅପହରଣ କରି ଜେଲ ଗଲା ବାପା; ଅନ୍ୟ ଜଣେ ଅଭିଯୁକ୍ତ ଗିରଫ, ବାଇକ୍ ଜବତ

ରାୟଗଡ଼ା: ପାରିବାରିକ କଳହକୁ ନେଇ ଶାଳକ ଉପରେ ରାଗ ସୁଝିବାକୁ ଯାଇ ନିଜ ନାବାଳିକା ଝିଅକୁ ଅପହରଣର ନାଟକ କରି ଶେଷରେ ପୁଲିସ ହାତରେ ଧରା ପଡ଼ିଛି ବାପା। ଏଭଳି ଅଭାବନିୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ସଦର ମହକୁମାରେ। ରାୟଗଡ଼ା ସହର ତଳି ଜେଏସକୋ ଅଞ୍ଚଳର ଦୋରା କଣ୍ଡାଗରି ନିଜ ପ୍ରଥମ ସ୍ତ୍ରୀର ଦୁଇ ଭାଇ ଉପରେ ରାଗ ଶୁଝାଇବାକୁ ଯାଇ ନିଜ ଝିଅର ଅପହରଣ ନାଟକ କରିଥିଲା। ଏନେଇ ଦୋରା କଣ୍ଡାଗିରିଙ୍କ ମାଆ ପୁଲମା କଣ୍ଡାଗରି ଗତ ୧୫ ତାରିଖ ଦିନ ନିଜ ନାତୁଣିର ଅପହରଣ ନେଇ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯେଉଁଥିରେ ପୁଅର ପ୍ରଥର ସ୍ତ୍ରୀର ଦୁଇ ଭାଇର ସମ୍ପୃକ୍ତ ଥିବା ନେଇ ଅଭିଯୋଗ କରି ପୁଲିସକୁ ଭୁଆଁ ବୁଲାଇବାକୁ ଚେଷ୍ଟା କରାଯାଇଥିଲା।

ତେବେ ପୁଲିସ ତଦନ୍ତ କରି ବାପା ହିଁ ନିଜ ଝିଅର ଅପହରଣ କରିଥିବା ଘଟଣାର ପର୍ଦାଫାସ କରିଛି। ଏହି ଘଟଣାରେ ରାୟଗଡ଼ା ପୁଲିସ ଗୁମ୍ମା ପଚାଂୟତ ଅନ୍ତର୍ଗତ କଣବେସା ଗ୍ରାମରୁ ନାବାଳିକା ଝିଅକୁ ଉଦ୍ଧାର କରିବା ସହ ଅପହୃତ ବାପା ଦୋରା କଣ୍ଡାଗରି ଓ ତାର ସହୋଯୋଗୀ ଗଜେନ୍ଦ୍ର ହୁଇକାକୁ ଗିରଫ କରି କୋର୍ଟ ଚାଲାଣ କରଛି। ଏହା ସହ ତାଙ୍କ ନିକଟରୁ ଅପହରଣରେ ବ୍ୟବହୃତ ମଟର ସାଇକେଲକୁ ଜବତ କରିଛି। ଉଦ୍ଧାର ଶିଶୁକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ଡ଼. ଶର୍ବଣ ବିବେକ ଏମ୍।

ସମ୍ବନ୍ଧିତ ଖବର