ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର : ଦିନକରେ ୩୬ ଶିବିରରୁ ୧୫୩୩ ୟୁନିଟ୍‌ ସଂଗ୍ରହ

ଭୁବନେଶ୍ବର : ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ଉପଲକ୍ଷେ ଆଜି ‘ସମ୍ବାଦ’- ‘ଆମ ଓଡ଼ିଶା’ ପକ୍ଷରୁ ରାଜ୍ୟବ୍ୟାପୀ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଟିଏ ଦିନରେ ୯ଟି ଜୋନ୍‌ରେ ୩୬ଟି ଶିବିର ଆୟୋଜନ ହୋଇଥିବା ବେଳେ ଏଥିରୁ ୧୫୩୩ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ସମ୍ବଲପୁର ଜୋନ୍‌ରେ ୧୨ଟି ଶିବିରରେ ୪୯୮ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ବେଳେ କଟକରେ ୩ଟି ଶିବିରରେ ୩୧୭ୟୁନିଟ୍‌, ବାଲେଶ୍ବରରେ ୫ଟି ଶିବିରରେ ୧୭୨ୟୁନିଟ୍‌, ଜୟପୁରରେ ୫ଟି ଶିବିରରେ ୧୫୦ ୟୁନିଟ୍‌, ଅନୁଗୁଳରେ ତିନିଟି ଶିବିରରେ ୧୩୧ ୟୁନିଟ୍‌, ରାଉରକେଲାରେ ଦୁଇଟି ଶିବିରରେ ୮୪ ୟୁନିଟ୍‌, ବ୍ରହ୍ମପୁରରେ ୨ଟି ଶିବିରରେ ୬୮ୟୁନିଟ୍‌, ଭୁବନେଶ୍ବର ଜୋନ୍‌ରେ ୨ଟି ଶିବିରରେ ୬୫ୟୁନିଟ୍‌, ଯାଜପୁରରେ ୨ଟି ଶିବିରରେ ୪୮ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି।

ଅପରପକ୍ଷେ କଟକ ଜୋନ୍‌ର ତେରାପନ୍ଥ ଭବନ, କାଠଗଡ଼ା ସାହିରେ ଆୟୋଜିତ ରକ୍ତଦାନ ଶିବିରରେ ସର୍ବାଧିକ ୧୫୩ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। କେନ୍ଦ୍ରାପଡ଼ାର ସମୀର ମୋଟର୍ସରେ ଆୟୋଜିତ ଶିବିରରେ ୧୦୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଆଜିର ରକ୍ତଦାନ ଶିବିରର ସଫଳତା ପାଇଁ ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ସମସ୍ତ ରକ୍ତାଦାତା, ସ୍ବେଚ୍ଛାସେବୀ, ସହଯୋଗୀ ଅନୁଷ୍ଠାନ, ‘ସମ୍ବାଦ’ ଓ ‘ଆମ ଓଡ଼ିଶା’ର ସମସ୍ତ ସଦସ୍ୟ/ସଦସ୍ୟାଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର