ସାମନ୍ତରାୟ ଏକାଡେମିର ସମ୍ବର୍ଦ୍ଧନା ଉତ୍ସବ, ବାୟୁସେନା ପାଇଁ ୮୬ ବିଦ୍ୟାର୍ଥୀ ଯୋଗ୍ୟ ବିବେଚିତ

ବ୍ରହ୍ମପୁର : ସାମରିକ ବାହିନୀରେ ଯୋଗଦାନ ପାଇଁ ଯୁବବର୍ଗଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ସାମନ୍ତରାୟ ଏକାଡେମି ପୁଣି ଏକ ସଫଳତା ହାସଲ କରିଛି। ଏହି ଅନୁଷ୍ଠାନର ୮୬ଜଣ ବିଦ୍ୟାର୍ଥୀ ଭାରତୀୟ ବାୟୁସେନାର ଏକ୍ସ ଓ ୱାଇ ଟ୍ରେଡ୍‌ରେ ଯୋଗଦାନ ପାଇଁ ମନୋନୀତ ହୋଇଛନ୍ତି। ଏହି ଅବସରରେ ଗୋସାଇଁ ନୂଆଗାଁ ସ୍ଥିତ ଏକାଡେମିର କ୍ୟାମ୍ପସ୍‌ ପରିସରରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କ ପାଇଁ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏକାଡେମିର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ଅନୁଷ୍ଠାନର ପ୍ରତିଷ୍ଠାତା ଡ. ଲଳିତମୋହନ ସାମନ୍ତରାୟ ଯୋଗଦେଇ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଦେଶସେବାରେ ଶତପ୍ରତିଶତ ଶ୍ରମଦାନ କରିବାକୁ କହିଥିଲେ। ଆଜି ଯେଉଁମାନେ ସମ୍ବର୍ଦ୍ଧିତ ହୋଇଛନ୍ତି ସେମାନେ ବହୁ କଠିନ ପରିଶ୍ରମ କରି ସଫଳତା ପାଇଛନ୍ତି। ଏଣୁ ସଫଳତା ପାଇବା ପାଇଁ କଠିନ ପରିଶ୍ରମ ଓ ଏକାଗ୍ରତା ନିହାତି ଆବଶ୍ୟକ ବୋଲି କହିଥିଲେ। ଏଥିରେ ସମସ୍ତ ବିଦ୍ୟାର୍ଥୀ ଓ ସେମାନଙ୍କ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମସ୍ତ ବିଦ୍ୟାର୍ଥୀ ପ୍ରଶିକ୍ଷଣ ପାଇଁ ଆସନ୍ତା ଫେବ୍ରୁଆରି ୬ତାରିଖରେ ଭୁବନେଶ୍ବର ସ୍ଥିତ ୯-ଏୟାର୍‌ମ୍ୟାନ୍‌ ସିଲେକ୍ସନ୍‌ ସେଣ୍ଟର୍‌ରେ ରିପୋର୍ଟିଂ କରିବେ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି। କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କ ମଧ୍ୟରେ ଗଞ୍ଜାମ, ଯାଜପୁର, କଟକ, ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ମୟୁରଭଞ୍ଜ, ସୁବର୍ଣ୍ଣପୁର, ବଲାଙ୍ଗୀର, ବରଗଡ଼ ଓ କେନ୍ଦୁଝର ଜିଲ୍ଲାର ପିଲା ରହିଛନ୍ତି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏକାଡେମିର ପ୍ରଶିକ୍ଷକ ହରମୋନହ ପାଣିଗ୍ରାହୀ, ଅନୀଲ ପାତ୍ର, ରାମକୃଷ୍ଣ ମିଶ୍ର, ଜି. ଅନୀଲ ପାତ୍ର, ଅଭିଳାଶ ଆନନ୍ଦ, ଲିପକ କୁମାର ସାହୁ, ପ୍ରଶାନ୍ତ ନାୟକ, ମାନସ ରଂଜନ ସାହୁ, ଦିବ୍ୟ ରଂଜନ ପ୍ରଧାନ, ଅମିତ ସାହୁ, ସୁରେଶ ପଣ୍ଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର