ପୁଞ୍ଜିଲାଲର ଓକିଲଙ୍କ ପିଟିସନ ଖାରଜ

ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରର ଓକିଲ ପାଟଣାଗଡ଼ ଏଡିଜେ କୋର୍ଟରେ ଦାଖଲ କରିଥିବା ପିଟିସନ ଖାରଜ ହୋଇଯାଇଛି।

ପ୍ରକାଶ ଯେ, ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ଚାର୍ଜସିଟ ଦାଖଲ ହୋଇ ସାରିଥିଲେ ହେଁ ଏ ପର୍ଯ୍ୟନ୍ତ ଚାର୍ଜଫ୍ରେମ ହୋଇ ପାରି ନାହିଁ। ବୁଧବାର ଚାର୍ଜଫ୍ରେମ ହେବାର ଥିଲା। ହେଲେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ସବୁ ଫାଇଲ ଯାଞ୍ଚ କରିବାକୁ ପୁଞ୍ଜିଲାଲର ଓକିଲ ଏକ ପିଟିସନ ଦାଖଲ କରିଥିଲେ। ଏହାର ଶୁଣାଣି କରି ଏଡିଜେ କୋର୍ଟ ଉକ୍ତ ପିଟିସନକୁ ଖାରଜ କରିଥିଲେ।

ସମ୍ବନ୍ଧିତ ଖବର