ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୧୮୮୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରକାଶିତ ରିପୋର୍ଟ ମୁତାବକ, ଖୋର୍ଧାରୁ ୧୬୯୦ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୧୫୪, କଟକରୁ ୧୦୬୬,ସୁନ୍ଦରଗଡ଼ରୁ ୭୧୩, ଯାଜପୁରରୁ ୬୪୭, ମୟୂରଭଞ୍ଜରୁ ୬୩୩, ବାଲେଶ୍ବରରୁ ୫୧୦, କଳାହାଣ୍ଡିରୁ ୪୮୨, ପୁରୀରୁ ୪୭୧, ନବରଙ୍ଗପୁରରୁ ୩୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
Another 11881 Covid patients have recovered and are being discharged on 30.05.2021
1690 from Khordha
1154 from Anugul
1066 from Cuttack
713 from Sundargarh
647 from Jajapur
633 from Mayurbhanj
510 from Baleswar
482 from Kalahandi
471 from Puri
354 from Nabarangpur— H & FW Dept Odisha (@HFWOdisha) May 30, 2021
ସେହିପରି ଜଗତସିଂହପୁରରୁ ୩୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ବରଗଡ଼ରୁ ୩୦୦, ବଲାଙ୍ଗୀରରୁ ୨୯୭, ସମ୍ବଲପୁରରରୁ ୨୯୨,କେନ୍ଦ୍ରାପଡ଼ାରୁ ୨୮୫, ନୟାଗଡ଼ରୁ ୨୫୩, କେନ୍ଦୁଝରରୁ ୨୧୬, କୋରାପୁଟରୁ ୨୧୪, ଝାରସୁଗୁଡ଼ାରୁ ୨୧୧, ରାୟଗଡ଼ାରୁ ୧୯୦, ଭଦ୍ରକରୁ ୧୭୭, ଗଞ୍ଜାମ ୧୭୬, ସୁବର୍ଣ୍ଣପୁରରୁ ୧୫୮, ବୌଦ୍ଧରୁ ୧୨୪, ଢ଼େଙ୍କାନାଳରୁ ୧୨୦ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।
ଏଥିସହିତ କନ୍ଧମାଳରୁ ୧୧୧, ମାଲକାନଗିରିରୁ ୧୦୮, ଗଜପତିରୁ ୧୦୧, ଦେବଗଡ଼ରୁ ୯୮, ନୂଆପଡ଼ାରୁ ୮୫ ଓ ଷ୍ଟେଟପୁଲରୁ ୩୨୪ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରୁ ଏଯାବତ ୬୭୦୫୨୭ଜଣ ସୁସ୍ଥ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।