ସଙ୍କଟ ବେଳେ ଏକାଥରକେ ଏତେ ଲୋକଙ୍କୁ କେମିତି ସାହାଯ୍ୟ କରୁଛନ୍ତି ସୋନୁ ?

ମୁମ୍ବାଇ:  ସଙ୍କଟ ବେଳେ କେମିତି ସାହାଯ୍ୟ କରୁଛନ୍ତି ସୋନୁ ? କ୍ଷୀରବାଲା କହିଲେ ମହାମାରୀର କାହାଣୀ । ସୋନୁ ସୁଦ ଏବେ ଏହା କେବଳ ଏକ ନାଁ ନୁହେଁ, କୋଟି କୋଟି ଲୋକଙ୍କ ନିଶ୍ୱାସ, ବିଶ୍ୱାସ ଆଉ ହୃଦୟରେ ସାଇତା ହୋଇ ରହିଥିବା ସୁନ୍ଦର ସ୍ମୃତିଟିଏ । ଗତ ୧୪ ମାସ ହେଲାଣି କଷ୍ଟ ଦେଇଚାଲିଛି କରୋନା । ଆଉ ସଙ୍କଟ ସମୟରେ ଅସହାୟ, ଦୁଃଖି ଦରିଦ୍ରଙ୍କ ଦେବଦୂତ ସାଜିଛନ୍ତି ସୋନୁ ସୁଦ୍ । ତେବେ ସମସ୍ତଙ୍କ ମନରେ ନିହାତି ଭାବେ ଜାଣିବାକୁ ଇଚ୍ଛା ରହିଥିବ, ଯେ ଜଣେ ମଣିଷ କୋଟି କୋଟି ଲୋକଙ୍କ ହୃଦୟ କେମିତି ଜିଣିଲେ । କେମିତି ଏତେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ସୋନୁ ।

ଯଦି ଏଭଳି ପ୍ରଶ୍ନର ଉତ୍ତର ଆପଣ ଜାଣିବାକୁ ଚାହୁଁଛନ୍ତି, ତେବେ ସୋନୁ ସୁଦଙ୍କ ସହ ଗୋଟିଏ ଦିନ ରହିକି ଦେଖନ୍ତୁ । ଏକଥା ଆମେ କହୁନୁ, ନିଜ ଇନଷ୍ଟାଗ୍ରାମ ପେଜରେ ଏକ ଭିଡିଓ ସେୟାର କରି କ୍ୟାପସନରେ କିଛି ଏମିତି ଲେଖିଛନ୍ତି ସୋନୁ ।

ସମ୍ବନ୍ଧିତ ଖବର