୬୫ ହଜାର ଲୋକଙ୍କ ସାହାଯ୍ୟ ଯୋଗୁଁ ୩ ବର୍ଷର ଅୟଂଶକୁ ଦିଆଯାଇପାରିଲା ୧୬ କୋଟି ଟଙ୍କାର ମେଡ଼ିସିନ

ହାଇଦ୍ରାବାଦ: ଲୋକଙ୍କ ସାହାଯ୍ୟ ଯୋଗୁଁ ଶେଷରେ ଜଣେ ୩ ବର୍ଷର ଶିଶୁକୁ ଦିଆଜିପରିଚି ବିଶ୍ୱର ସବୁଠାରୁ ଦାମୀ ଔଷଧ | ଏହି ଦାମୀ ଔଷଧର ମୂଲ୍ୟ ୧୬ କୋଟି ଟଙ୍କା ହୋଇଥିବାବେଳେ ବୁଧବାର ଦିନ ଏହି ଔଷଧ ଶିଶୁଟିକୁ ଦିଆଯାଇଛି | ତେବେ ଏହି ଦାମୀ ଔଷଧ ଆଣିବା ପଛରେ ପାଖାପାଖି ୬୫,୦୦୦ ଲୋକଙ୍କର ହାତ ରହିଛି, ଆଉ ସେମାନଙ୍କ ସାହାଯ୍ୟ ଯୋଗୁଁ ହିଁ ଏହି ଦାମୀ ମେଡ଼ିସିନ ଶିଶୁଟିକୁ ଦିଆଯାଇପାରିଛି | ମିଳିଥିବା ସୂଚନା ମୁତାବକ ତେଲେଙ୍ଗାନାର ୩ ବର୍ଷର ଶିଶୁ ଅୟଂଶ ‘ଜିନ୍’ ସମ୍ବନ୍ଧୀୟ ଏକ ବିରଳ ତଥା ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଥିଲେ। ଆଉ ବୁଧବାର ଦିନ ବିଶ୍ୱର ସବୁଠୁ ଦାମୀ ଔଷଧ ‘ଜୋଲଗେନ୍ସମା’ ତାଙ୍କୁ ଦିଆଯାଇଥିଲା | ଯାହା ଆମେରିକାରୁ ଆମଦାନୀ ହୋଇଥିଲା।

ଶିଶୁଟି ଯେତେବେଳେ ଏକ ବର୍ଷର ହୋଇଥିଲା ସେତେବେଳେ ସ୍ପାଇନାଲ ମସକୁଲାର ଆଟ୍ରୋଫି ନାମକ ଏହି ରୋଗ ହୋଇଥିବାର ଜଣାପଡିଥିଲା | ଅୟଂଶଙ୍କ ବାପା ଯୋଗେଶ ଗୁପ୍ତା ହାଇଦ୍ରାବାଦରେ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଆଉ ଏହି ରୋଗର ଔଷଧ ଦାମ ୧୬ କୋଟି ଟଙ୍କାର ହୋଇଥିବାର ଜାଣି ଟଙ୍କାର ହୋସ ଉଡିଯାଇଥିଲା | ସେ କହିଛନ୍ତି, ଯେ ‘ଏହା ଅତ୍ୟନ୍ତ ବିରଳ ରୋଗ | ଯାହା ମାଂସପେଶୀରେ ଦୁର୍ବଳତା ସୃଷ୍ଟି କରିଥାଏ। ଏହି କାରଣରୁ, ପିଲାଟି ତା’ର ହାତ ଏବଂ ଗୋଡକୁ ଘୁଞ୍ଚାଇ ପାରିବ ନାହିଁ | ଶିଶୁଟି ବସିପାରିବ ନାହିଁ କିମ୍ବା ଠିଆ ହୋଇପାରିବ ନାହିଁ | ଡାକ୍ତରମାନେ କହିଥିଲେ ଯେ ତାଙ୍କ ଶିଶୁ ତିନିରୁ ଚାରି ବର୍ଷ ପର୍ଯ୍ୟନ୍ତ ବଞ୍ଚିବେ, ତେଣୁ ତାଙ୍କୁ ଠିକ୍ ସମୟରେ ଚିକିତ୍ସା ଆବଶ୍ୟକ। ପ୍ରଥମେ ଔଷଧର ଗୋଟିଏ ମାତ୍ରା ପାଇଁ ୧୬ କୋଟି ଟଙ୍କା ସଂଗ୍ରହ କରିବା ଅସମ୍ଭବ ମନେ ହେଉଥିଲା, କିନ୍ତୁ ପରେ ସୋସିଆଲ ମିଡିଆରେ ନିବେଦନ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ପ୍ରାୟ ୬୫ ହଜାର ଲୋକ ୧୬ କୋଟି ଟଙ୍କା ଦାନ ସ୍ୱରୂପ ଦେଇଥିଲେ’ |

ଚଳିତ ବର୍ଷ ଫେବୃଆରୀରେ ଯୋଗେଶ ନିଜ ସନ୍ତାନର ଜୀବନ ବଞ୍ଚାଇବା ପାଇଁ ଦାନ ସଂଗ୍ରହ ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ, ଯେଉଁଥିରେ ତାଙ୍କର ବନ୍ଧୁ ଏବଂ ପରିବାର ମଧ୍ୟ ସାହାଯ୍ୟ କରିଥିଲେ। ୩ ମାସ ମଧ୍ୟରେ ସେ ଚିକିତ୍ସା ପାଇଁ ଅର୍ଥ ଦେବାକୁ ଅନୁରୋଧ କରିଥିଲେ | ବିରାଟ କୋହଲି, ଅନୁଷ୍କା ଶର୍ମା, ଅନିଲ କପୁର, ଅଜୟ ଦେବଗନ ଏବଂ ଟିଭି ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଶିଶୁଟି ପାଇଁ ଦାନ କରିଥିଲେ। ଯୋଗେଶ ଗୁପ୍ତା କହିଛନ୍ତି,ଯେ ‘ପ୍ରାୟ ୬୫,୦୦୦ ଲୋକ ଦାନ କରିଥିଲେ। ଆଉ ମେ ୨୨ ରେ ଆବଶ୍ୟକ ଥିବା ଅର୍ଥ ମିଳିଯାଇଥିଲା | ପରିବାରର ଜଣେ ବନ୍ଧୁ ସାଂସଦଙ୍କ ସହ ଯୋଗାଯୋଗ କରିଥିଲେ ଯିଏ ସଂସଦରେ ଡ୍ରଗ୍ସ ମୂଲ୍ୟ ପ୍ରସଙ୍ଗ ଉଠାଇଥିଲେ ଯାହା ପରେ ଏହି ମେଡ଼ିସିନ ଉପରୁ କେନ୍ଦ୍ର ସରକାର ୬ କୋଟି ଟଙ୍କାର ଟିକସ ଛାଡ କରିଥିଲେ। ସେ କହିଛନ୍ତି ଯେ ଅୟଂଶଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ଏବଂ ପରବର୍ତ୍ତୀ ଚିକିତ୍ସା ଜାରି ରହିବ। ଶିଶୁର ପିତା ସମସ୍ତ ୬୫,୦୦୦ ଦାତାଙ୍କୁ ଧନ୍ୟବାଦ ଦେଇଛନ୍ତି।

ସମ୍ବନ୍ଧିତ ଖବର