ବୃଦ୍ଧଙ୍କ ମସ୍ତିଷ୍କରୁ ବଲ ଆକାରର ବ୍ଲାକ ଫଙ୍ଗସ ବାହାର କଲେ ଡାକ୍ତର

ପାଟନା: ବିହାରର ପାଟନାରେ ଘଟିଛି ଆଶ୍ଚର୍ଯ୍ୟ କଲା ଭଳି ଘଟଣା | ବୃଦ୍ଧଙ୍କ ମସ୍ତିଷ୍କରୁ ବଲ ଆକାରର ବ୍ଲାକ ଫଙ୍ଗସ ବାହାର କରିଛନ୍ତି ଡାକ୍ତର | ବୃଦ୍ଧ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସର ଶିକାର ହୋଇଥିଲେ | ନାକ ଦ୍ୱାରା ଫଙ୍ଗସ ତାଙ୍କ ମସ୍ତିସ୍କକୁ ଯାଇଥିବା କହିଛନ୍ତି ଡାକ୍ତର | ତେବେ ଫଙ୍ଗସଟି ଆଖି ଉପରେ କୌଣସି ପ୍ରଭାବ ପକାଇନଥିବା କହିଛନ୍ତି ଅସ୍ତ୍ରୋପଚାର କରିଥିବା ଡାକ୍ତର |

ଡାକ୍ତରଙ୍କ ମୁତାବକ, ଶୁକ୍ରବାର ଦିନ ଏହି ଅସ୍ତ୍ରୋପଚାର କରାଯାଇଥିଲା ଏବଂ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଅସ୍ତ୍ରୋପଚାର ପରେ ଜାମୁଇର ଅନିଲ କୁମାରଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି । ସେ ନିକଟରେ କୋଭିଡ -୧୯ ରୁ ସୁସ୍ଥ ହୋଇଥିଲେ କିନ୍ତୁ ପରେ ବ୍ଲାକ ଫଙ୍ଗସର ଶିକାର ହୋଇଥିଲେ।

indiatoday.in

ନାକ ମାଧ୍ୟମରେ କୁମାରଙ୍କ ମସ୍ତିଷ୍କରେ ଏହି ଫଙ୍ଗସ୍ ପ୍ରବେଶ କରିଥିଲା କିନ୍ତୁ ଆଖିରେ ବ୍ୟାପି ନଥିଲା ଏବଂ ଏହି କାରଣରୁ ଅସ୍ତ୍ରୋପଚାର ସମୟରେ ତାଙ୍କ ଆଖିରେ କୌଣସି ପ୍ରଭାବ ପଡ଼ିନଥିଲା |

ସମ୍ବନ୍ଧିତ ଖବର