ସାଇବର ଠକେଇ ରୋକିବାକୁ ଗୃହ ମନ୍ତ୍ରାଳୟ ଆରମ୍ଭ କଲା ଜାତୀୟ ହେଲପଲାଇନ 

ନୂଆଦିଲ୍ଲୀ :  ଦେଶରେ ସାଇବର ଠକେଇ ମାମଲାଗୁଡ଼ିକ ବଢିଚାଲିଥିବାବେଳେ ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଏହି ସାଇବର ଠକଙ୍କ ହାବୁଡ଼ରେ ପଡ଼ି ହରାଉଛନ୍ତି । ଏହାକୁ ରୋକିବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ଜାତୀୟ ହେଲପଲାଇନ ଓ ଅଭିଯୋଗ ଦାଖଲ ମଞ୍ଚ ଆରମ୍ଭ କରାଯାଇଛି । ଏହି ହେଲପଲାଇନ ହେଉଛି ୧୫୨୬୦ ।

ଏହି ହେଲପଲାଇନକୁ ଗତ ଏପ୍ରିଲ ପହିଲାରୁ ଆରମ୍ଭ କରାଯାଇଥିଲେ ମଧ୍ୟ ଏବେ ତାହା ୭ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳରେ ଉପଲବ୍ଧ ହେଉଛି । ସେଗୁଡ଼ିକ ହେଉଛି ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଦିଲ୍ଲୀ ଓ ଛତିଶଗଡ଼ ଓ ଚଣ୍ଡିଗଡ଼ ।

ଏହି ହେଲପଲାଇନକୁ ଭାରତୀୟ ସାଇବର ଅପରାଧ ସମନ୍ବୟ କେନ୍ଦ୍ର (ଆଇ୪ସି) ପକ୍ଷରୁ ରିଜର୍ଭ ବ୍ୟାଙ୍କ ଓ ଅନ୍ୟ ବ୍ୟାଙ୍କମାନଙ୍କ ସହଯୋଗରେ ଆରମ୍ଭ କରାଯାଇଛି ।

ଆରମ୍ଭ ହେବାର ୨ ମାସ ମଧ୍ୟରେ ଏହି ବ୍ୟବସ୍ଥା ଦ୍ବାରା ପ୍ରାୟ ୧ କୋଟି ୮୫ ଲକ୍ଷ ଟଙ୍କା ଠକଙ୍କ କବଳରୁ ଉଦ୍ଧାର କରାଯାଇଛି ।

ସମ୍ବନ୍ଧିତ ଖବର