ମଣିଷ କିପରି ଅଧିକ ଦିନ ବଞ୍ଚିବ ସେନେଇ ସବୁବେଳେ ଗବେଷଣା ଚଳାଇଛି । ଚିକିତ୍ସା ବିଜ୍ଞାନରେ ଉନ୍ନତି ସହ ମଣିଷର ହାରାହାରି ଆୟୁଷ ମଧ୍ୟ ବଢିଚାଲିଛି । କିନ୍ତୁ ଆହୁରି ଅଧିକ ଦିନ ସୁସ୍ଥ ସବଳ ରହି ବଞ୍ଚିବାକୁ ମଣିଷ ଚାହେଁ । ଏଥିଲାଗି ସାରା ବିଶ୍ୱରେ ଅନେକ ଗବେଷଣା ଚାଲିଛି । ତେବେ ନିକଟରେ ଆମେରିକାର ବୈଜ୍ଞାନିକମାନେ ଏ କ୍ଷେତ୍ରରେ ଆଉ ଏକ ପାଦ ଆଗେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ବୟସ ବଢିବା ସଙ୍ଗେ ସଙ୍ଗେ ଜୀବର ଶରୀରରେ ଆସୁଥିବା ପରିବର୍ତ୍ତନ ପାଇଁ ଦାୟୀ ଥିବା ଏକ ପ୍ରୋଟିନ କଣିକାକୁ ଚିହ୍ନିବାରେ ସକ୍ଷମ ହୋଇଛନ୍ତି ଆମେରିକାର ଏକ ଗବେଷକ ଦଳ । ୟେଲ୍ ବିଶ୍ୱବିଦ୍ୟାଳୟର ଏହି ଗବେଷକ ଦଳ ଚିହ୍ନଟ କରିଥିବା ଏହି ଜୀବକୋଷର ନାମ ରଖାଯାଇଛି କ୍ଲୋଥୋ ପ୍ରୋଟିନ୍ସ । ଗ୍ରୀକ ଦେବୀ କ୍ଲୋଥୋଙ୍କ ନାମରେ ଏହି ଜୀବକୋଷର ନା ରଖାଯାଇଛି । ଏହି କ୍ଲୋଥୋ ପ୍ରୋଟିନ୍ ମଣିଷର ମେଟାବଲିଜିମକୁ ନିୟନ୍ତ୍ରଣ କରିଥାଏ ଓ ମଣିଷର ଆୟୁଷକୁ ନିର୍ଦ୍ଧାରିତ କରିଥାଏ । ଗବେଷକମାନେ ଏହି କ୍ଲୋଥୋ ପ୍ରୋଟିନ୍ର ଏକ ପ୍ରକାର ବିଟା-କ୍ଲୋଥୋର ଗଠନ ଓ କାର୍ଯ୍ୟପ୍ରଣାଳୀକୁ ବୁଝିପାରିଛନ୍ତି । ଏହାକୁ ବ୍ୟବହାର କରି ଭବିଷ୍ୟତରେ ଅନେକ ରୋଗର ନିରାକରଣ କରିହେବ ଓ ମଣିଷର ଆୟୁଷକୁ ବଢାଇହେବ ।
ଏହି ବିଟା-କ୍ଲୋଥୋ ଏକ ଶ୍ରେଣୀର ହରମୋନ ସହିତ ସଂପର୍କିତ ଯାହାକି ବ୍ଲଡସୁଗାର, ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ଏଣୁ ଏହି ଜ୍ଞାନକୌଶଳକୁ ବ୍ୟବହାର କରି ବୈଜ୍ଞାନିକ ମାନେ ଭବିଷ୍ୟତରେ ଲିବର କ୍ୟାନସର, ଡାଇବେଟିସ, ମେଦବହୁଳତା ଆଦି ରୋଗର ନିରାକରଣ ବାହାର କରିପାରିବେ । ଏହା ସହିତ ମଣିଷକୁ ଆହୁରି ନିରୋଗ ରଖାଯିବା ସହ ଆୟୁଷକୁ ଆହୁରି ବଢାଇହେବ ।