ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନାମରେ ଦ୍ୱିତୀୟ ମନ୍ଦିର ନିର୍ମାଣକୁ ନେଇ ଦେଖା ଦେଇଛି ବିବାଦ । ଯାଜପୁର ରୋଡ ଅଂଚଳରେ ମା’ଙ୍କ ନାମରେ ଏକ ମନ୍ଦିର କରାଯାଇ ପ୍ରତିଷ୍ଠା କରାଯିବାକୁ ଯୋଜନା ହୋଇଛି । ଯାହାକି ମା’ ବିରଜା ମନ୍ଦିରର ସେବାୟତ ସମୂହଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ମୁକ୍ତିମଣ୍ଡପ ସେବାୟତ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
Sambad is now on WhatsApp
Join and get latest news updates delivered to you via WhatsApp
ବିରଜା ମନ୍ଦିର ଭାରତର ପ୍ରମୁଖ ଶକ୍ତିକ୍ଷେତ୍ର ମଧ୍ୟରୁ ଅନନ୍ୟ ହୋଇଥିବା ବେଳେ ମାଙ୍କ କ୍ଷେତ୍ର ପଂଚ ବ କାର କ୍ଷେତ୍ର ମଧ୍ୟରେ ପୂଜା ପାଉଛନ୍ତି । ଅନ୍ୟ ସ୍ଥାନରେ ମାଙ୍କ ପୂଜା ଶାସ୍ତ୍ର ବିରୋଧୀ । ଏଭଳି ମନ୍ଦିର ପ୍ରତିଷ୍ଠା ହେଲେ ହିନ୍ଦୁମାନଙ୍କ ମଧ୍ୟରେ ଧର୍ମୀୟ ଭାବନାରେ ଆଘାତ ହେବ । ତେଣୁ ଏହାକୁ ବନ୍ଦ କରିବାକୁ ସେବାୟତଙ୍କ ପକ୍ଷରୁ ଦାବି ଦିଆଯାଇଛି । ଏନେଇ ଦରକାର ପଡିଲେ ମାନ୍ୟବର ହାଇକୋର୍ଟଙ୍କ ସହାୟତା ଲୋଡାଯିବ ବୋଲି ସେବାୟତ ପରିଷଦ ମୁଖ୍ୟ ଦେବୀ ପ୍ରସାଦ ପାଣି କୁହିଛନ୍ତି। ଅନ୍ୟ ପଟେ ଏନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ସୂଚନା ଦେଇଛନ୍ତି । ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।