କଳାହାଣ୍ଡି ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ
ଭବାନୀପାଟଣା : କଳାହାଣ୍ଡି ବିଶ୍ୱବିଦ୍ୟାଳୟର ସ୍ନାତକ ପଞ୍ଚମ ସେମିଷ୍ଟର ଓ ସ୍ନାତକୋତ୍ତର ତୃତୀୟ ସେମିଷ୍ଟରର ପରୀକ୍ଷାଫଳ ଶନିବାର ପ୍ରକାଶ ପାଇଛି। ପରୀକ୍ଷା ନିୟନ୍ତ୍ରକଙ୍କ ସୂତ୍ରରୁ ସୂଚନା ମିଳିଛି ଯେ ସ୍ନାତକ ଶ୍ରେଣୀରେ ଗଣିତ ବିଭାଗର ୧୦୦% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ସର୍ବନିମ୍ନ ୫୨.୭୮% ଛାତ୍ରଛାତ୍ରୀ ବିସିଏ ବିଭାଗରୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଂଥ୍ରୋପୋଲଜିର ୫୩.୩୩%, ଇକୋନୋମିକ୍ସ ୮୯.୨୧%, ଏଜୁକେସ୍ନର ୯୩.୭୫%, ଇଂଲିସର ୫୨.୫୯%, ଜିଓଗ୍ରାଫିର ୯୩.୧୦%, ଇତିହାସ ବିଭାଗର ୮୬.୬୭%, ଓଡ଼ିଆର ୮୪.୨୧%, ରାଜନୀତି ବିଜ୍ଞାନର ୮୮.୨୪%, ସଂସ୍କୃତର ୭୫%, ସୋସିଓଲୋଜିର ୭୭.୨୭%, ବାଣିଜ୍ୟ ବିଭାଗର ୫୭.୬୩%, ଉଦ୍ଭିଦ ବିଜ୍ଞାନର ୮୫%, ରସାୟନ ବିଜ୍ଞାନର ୯୦.୨%, କମ୍ପ୍ୟୁଟର ବିଜ୍ଞାନର ୯୨.୮୬%, ପଦାର୍ଥ ବିଜ୍ଞାନର ୮୫.୧୯%, ପ୍ରାଣୀ ବିଜ୍ଞାନର ୯୧.୧୮%, ବିବିଏର ୫୫.୫୬% ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ନାତକ ଶ୍ରେଣୀରେ ସର୍ବୋଚ୍ଚ ମାର୍କ ରଖିଛନ୍ତି ଗଣିତ ବିଭାଗର ଛାତ୍ର ପ୍ରସନଜିତ ମୁଣ୍ଡ। ସେହିପରି ସ୍ନାତକୋତ୍ତର ଓଡ଼ିଆ ଓ ରାଜନୀତି ବିଜ୍ଞାନର ୧୦୦% ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜିଓଗ୍ରାଫି ବିଭାଗରେ ବାବି ସିମସନ ବାରିକ ସର୍ବୋଚ୍ଚ ମାର୍କ ରଖିଛନ୍ତି। ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ପୂର୍ବତନ ପରୀକ୍ଷା ନିୟନ୍ତ୍ରକ ହିମାଂଶୁ ଷଡ଼ଙ୍ଗୀ, ପୂର୍ବତନ କୁଳସଚିବ ପଦ୍ମଲୋଚନ ଭୁଏ, କୁଳସଚିବ ପୀତାମ୍ବର ଭୋଇ ଓ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଅଭିନନ୍ଦନ ଜଣାଇଛନ୍ତି।