ରାଉରକେଲା: ରାଷ୍ଟ୍ରୀୟ ସ୍ୱାଭିମାନର ପ୍ରତୀକ ତ୍ରିରଙ୍ଗା ପତାକାକୁ ରାଉରକେଲା ଏନ୍ଆଇଟି ସମ୍ମୁଖରେ ଲଗାଇବା ପାଇଁ ଦାବି କରିଛି ଥିଙ୍କ ଇଣ୍ଡିଆ କ୍ଲବ୍। ସାରା ଦେଶରେ ପ୍ରମୁଖ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଗୁଡ଼ିକ ସମ୍ମୁଖରେ ବଡ଼ ବଡ଼ ତ୍ରିରଙ୍ଗା ଥିବା ବେଳେ ଏ ପର୍ଯ୍ୟନ୍ତ ରାଉରକେଲା ଏନ୍ଆଇଟିରେ ଗୋଟିଏ ମଧ୍ୟ ବଡ଼ ତ୍ରିରଙ୍ଗା ପତାକା ନାହିଁ । ସାରା ଦେଶ ସ୍ୱାଧୀନତାର ୭୫ ବର୍ଷ ବା ଅଜାଦିର ଅମୃତ ମୋହତ୍ସବ ପାଳନ କରୁଥିବା ବେଳେ ଦେଶର ଗୋଟିଏ ପ୍ରମୁଖ ଶିକ୍ଷା ଅନୁଷ୍ଠାନ ରାଉରକେଲା ଏନ୍ଆଇଟିରେ ଗୋଟିଏ ମଧ୍ୟ ତ୍ରିରଙ୍ଗା ପତାକା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ପରିସ୍ଥିତିରେ ଏନ୍ଆଇଟିର ଥିଙ୍କ ଇଣ୍ଡିଆ କ୍ଳବ ଏକ ଅନ୍ଲାଇନ୍ ଓ ଅଫ୍ଲାଇନ୍ ଦସ୍ତଖତ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଏନ୍ଆଇଟିର ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଏନ୍ଆଇଟିରେ ଏକ ବଡ ତ୍ରିରଙ୍ଗା ପତାକା ପାଇଁ ଦସ୍ତଖତ କରିଛନ୍ତି। ଥିଙ୍କ ଇଣ୍ଡିଆର ଶାଖା ସଭାପତି ଏସ୍ ପାଣ୍ଡେ ଏବଂ ରାଜ୍ୟ ସଂଯୋଜକ ବିନୀତ କୁମାରଙ୍କ ନେତୃତ୍ୱରେ ଏକ ଦଳ ଏନ୍ଆଇଟିର ନିର୍ଦ୍ଦେଶକ ଅନିମେଶ ବିଶ୍ୱାସଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ନିର୍ଦ୍ଦେଶକ ଦାବିପତ୍ର ଗ୍ରହଣ କରି ଆଗାମୀ ଦିନରେ ବହୁତ ଶୀଘ୍ର ତ୍ରିରଙ୍ଗା ପତାକା ଲଗାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।