ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସ ଅବସରରେ ରବିବାର ୧୩୮୦ ପୋଲିସ କର୍ମଚାରୀଙ୍କୁ ପଦକ ପ୍ରଦାନ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଘୋଷଣା ହୋଇଥିବା ଏହି ପଦକ ଭିତରେ ଅଛି: ରାଷ୍ଟ୍ରପତିଙ୍କ ପୁଲିସ୍ ସାହସିକତା ପଦକ (ପିପିଏମ୍ଜି), ପୁଲିସ୍ ସାହସିକତା ପଦକ (ପିଏମ୍ଜି), ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତିଙ୍କ ପୁଲିସ ପଦକ (ପିପିଏମ୍ଡିଏସ୍) ଏବଂ ପ୍ରଶଂସନୀୟ ସେବା ପାଇଁ ପୁଲିସ ପଦକ (ପିଏମ୍ଏମ୍ଏସ୍)। ମୋଟ ୬୨୮ କର୍ମଚାରୀ ସାହସିକତା ପୁରସ୍କାର ପାଇଛନ୍ତି। ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୨୫୬ ଜଣ ଜମ୍ମୁ-କାଶ୍ମୀର ପୁଲିସର, ୧୫୧ ଜଣ ସିଆର୍ପିଏଫ୍ର, ୨୦ ଜଣ ଆଇଟିବିପିର ଏବଂ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ଼ ପୁଲିସର ଯଥାକ୍ରମେ ୬୭, ୨୫ ଏବଂ ୨୦ ଜଣ। ଅବଶିଷ୍ଟ ଅନ୍ୟ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp