ରାଇରଙ୍ଗପୁର: ପୁତୁରାର ଶାବଳମାଡ଼ରେ ବଡ଼ ବାପା ଓ ବଡ଼ ମା’ଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଝରାଡ଼ିହି ଫାଣ୍ଡି ଅଂଚଳରେ ଏହି ଅଭାବନୀୟ ଘଟଣା ଘଟିଯାଇଛିା ମୃତକ ହେଲେ ଯୋଗେନ୍ଦ୍ର ହାଁସଦା (୬୮) ଓ ତାଙ୍କର ସ୍ତ୍ରୀ ନାନୀ ହାଁସଦା (୬୫)। ଅଭିଯୁକ୍ତ ପୁତୁରା ମାଝ ହାଁସଦା ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ତିରିଂ ଥାନା ଅନ୍ତର୍ଗତ ଦେଉରାଡିହି ଗ୍ରାମରେ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ହୋଇଛି। ଆଜି ଯୋଗେନ୍ଦ୍ର ହାଁସଦା ଓ ସୁରାଇ ହାଁସଦାଃ ହାଁସଦାଙ୍କ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପାଣି ପମ୍ପ ବିକ୍ରିକୁ ନେଇ ଦୁଇ ଭାଇ ଯୋଗେନ୍ଦ୍ର ଓ ସୁରାଇ ମଧ୍ୟରେ ଦୀର୍ଘଦିନରୁ ଝଗଡା ହେଉଥିଲାା ଆଜି ଏହା ଭୟଙ୍କର ରୂପ ନେଇଥିଲା। ଝଗଡା ଲାଗୁଥିବା ଖବର ପାଇ ପୁତୁରା ମାଝ ହାଁସଦାଃ ଉତକ୍ଷିପ୍ତ ହୋଇ ଏକ ଶାବଳରେ ବଡ଼ ବାପା ଓ ବଡ଼ ମାଆଙ୍କୁ ମାରି ହତ୍ୟା କରିଥିଲା । ହତ୍ୟାପରେ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳକୁ ବାରିପଦା ସାଇନ୍ଟିଫିକ୍ଟ ଟିମ୍, ସନ୍ଧାନୀ କୁକୁର ଓ ତିରିଂ ଥାନା ପୁଲିସ ପହଂଚି ଘଟଣାର ଅଧିକ ତଦନ୍ତ କରୁଛନ୍ତିି । ଆସନ୍ତାକାଲି ଶବ ବ୍ୟବଛେଦ କରାଯିବ ବୋଲି ସୂଚନା ମିଳିଛି । ଏନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।