କଂଗ୍ରେସର ନୂତନ ହାଇକମାଣ୍ଡ ବାଛିବା ପାଇଁ ଅକ୍ଟୋବର ୧୬ରେ ବସିବ ସିଡବ୍ଲ୍ୟୁସି ବୈଠକ
ନୂଆଦିଲ୍ଲୀ: କଂଗ୍ରେସର ନୂତନ ହାଇକମାଣ୍ଡ କିଏ ହେବେ, ସେ ସଂପର୍କରେ ବିଚାର ଆଲୋଚନା କରିବା ପାଇଁ ଆସନ୍ତା ଅକ୍ଟୋବର ୧୬ ତାରିଖରେ କଂଗ୍ରେସର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ ସଂସ୍ଥା କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି)ର ଏକ ବୈଠକ ବସୁଥିବା ଜାଣିବାକୁ ମିଳିଛି। ଏହି ବୈଠକରେ ନୂତନ ଦଳୀୟ ମୁଖ୍ୟ, ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନ ଉପରେ ଆଲୋଚନା କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜଧାନୀ ଦିଲ୍ଲୀର ପାର୍ଟି ମୁଖ୍ୟାଳୟରେ ଅକ୍ଟୋବର ୧୬, ଶନିବାର ଦିନ ୧୦ଟା ସମୟରେ କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି)ର ଏହି ବୈଠକ ଅନୁଷ୍ଠିତ ହେବ ବୋଲି କଂଗ୍ରେସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ, ଗତ ମାସରେ ପଞ୍ଜାବରେ ନେତୃତ୍ୱ ପରିବର୍ତ୍ତନ ମଧ୍ୟରେ ଦଳ ଅଶାନ୍ତିର
ସମ୍ମୁଖୀନ ହୋଇଥିଲା। ଭେଟେରାନ ନେତା କପିଲ ଶିବଲ ପଞ୍ଜାବ ପ୍ରସଙ୍ଗରେ କହିଥିଲେ ଥିଲେ ଯେ ଏବେ ଦଳରେ କେହି ନିର୍ବାଚିତ ମୁଖ୍ୟ ନାହାନ୍ତି। ଏ ପରିସ୍ଥିତରେ ଉଚ୍ଚସ୍ତରରେ କିଏ ଦଳୀୟ ନିଷ୍ପତ୍ତି ନେଉଛନ୍ତି ତାହା ଆମେ ଜାଣିପାରୁ ନାହୁଁ। ଆମେ ଜି-୨୩, ନିଶ୍ଚିତ ଭାବରେ ଜି ହୁଜୁର-୨୩ ନୋହୁଁ। ଆମେ ପ୍ରସଙ୍ଗ ଉଠାଇବା ଜାରି ରଖିବୁ ବୋଲି ଶ୍ରୀ ଶିବଲ କହିଛନ୍ତି।
ଏହି ନେତାମାନେ ଗତ ବର୍ଷ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ପାର୍ଟିରେ ପରିବର୍ତ୍ତନ ଆଣିବାକୁ ଦାବି କରିଥିଲେ। ନିର୍ବାଚନ ଜରିଆରେ ଦଳୀୟ ସାଂଗଠନିକ ନେତାଙ୍କୁ ନିର୍ବାଚିତ କରିବା ଓ ଦଳର ତୃଣମୂଳ ସ୍ତରରେ ପରିବର୍ତ୍ତନ ନକରିବା ପର୍ଯ୍ୟନ୍ତ ଦଳ ଆଉ ଉଧେଇ ପାରିବ ନାହିଁ ବୋଲି ଚେତାବନୀ ଦେଇଥିଲେ।
ଆସନ୍ତା ବର୍ଷ ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ନିର୍ବାଚନ ହେବପାଇଁ ଯାଉଛି।