ନୂଆଦିଲ୍ଲୀ : ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ବାନ୍ଧବୀ ତଥା ପାକିସ୍ତାନୀ ସାମ୍ବାଦିକ ଆରୁସା ଆଲମ୍ଙ୍କୁ ନେଇ ଚାଲିଥିବା ବିବାଦରେ ଏବେ ନୂଆ ମୋଡ଼ ଆସିଛି। ଆରୁସା ଆଲମ୍ଙ୍କର ପାକିସ୍ତାନ ଆଇଏସ୍ଆଇ ସହ ସମ୍ପୃକ୍ତି ନେଇ ପଂଜାବରେ କଂଗ୍ରେସ ସରକାର ପ୍ରଶ୍ନ ଉଠାଇବା ସହ ତଦନ୍ତ ଘୋଷଣା କରିଥିବା ବେଳେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ସହ ମଧ୍ୟ ଆରୁସା ଘନିଷ୍ଠ ବୋଲି ଅମରିନ୍ଦର କହିଛନ୍ତି। ଅମରିନ୍ଦର କଂଗ୍ରେସକୁ ଜବାବ ଦେବାପାଇଁ ସୋସିଆ ଏବଂ ଆରୁସାଙ୍କର ଫଟୋ ଜାରି କରିଛନ୍ତି। ଅମରିନ୍ଦର ତାଙ୍କ ଗଣମାଧ୍ୟମ ପରାମର୍ଶଦାତାଙ୍କ ଜରିଆରେ ଆରୁସା-ସୋନିଆଙ୍କ ସମେତ ପୂର୍ବତନ ପଂଜାବ ଡିଜିପି ମହମ୍ମଦ ମୁସ୍ତାଫାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଆରୁସା ଆଲମଙ୍କର କିଛି ଫଟୋ ଜାରି କରିଛନ୍ତି। ଆରୁସା ଆଲମଙ୍କ ବ୍ୟକ୍ତିତ୍ବ ସଂପର୍କରେ ସୋନିଆ ଏବଂ ପୂର୍ବତନ ପଂଜାବ ଡିଜି ଭଲଭାବେ ଅବଗତ ଏବଂ ବର୍ତ୍ତମାନ ତାଙ୍କୁ ରାଜନୈତିକ ସ୍ବାର୍ଥ ପାଇଁ ଟାେର୍ଗେଟ୍ କରାଯାଉଛି ବୋଲି ଅମରିନ୍ଦର କହିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ପଂଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱା ଗତକାଲି କହିଥିଲେ ଆରୁସା ଆଲମଙ୍କର ଆଇଏସ୍ଆଇ ସହ ସମ୍ପୃକ୍ତି ସଂକ୍ରାନ୍ତରେ ତଦନ୍ତ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ଏହାର ଜବାବରେ ଅମରିନ୍ଦର କହିଥିଲେ ଆରୁସା ଆଲମଙ୍କ ସହ କୌଣସି ବିବାଦ ନାହିଁ ଏବଂ କଂଗ୍ରେସ ସରକାର ତାଙ୍କୁ ଟାର୍ଗେଟ୍ କରି ଅଯଥା ବିବାଦ ସୃଷ୍ଟି କରବାକୁ ଚାହୁଛି। ସରକାରଙ୍କ ଅନୁମତି ସହ ଆରୁସା ଦୀର୍ଘ ୧୬ ବର୍ଷ ପାଇଁ ଭାରତ ଆସିଛନ୍ତି ବୋଲି ଅମରିନ୍ଦର କହିଛନ୍ତି।