ଟି-୨୦ ବିଶ୍ବକପ : ପାକିସ୍ତାନ ଆଗରେ ୧୩୫ରନର ବିଜୟ ଲକ୍ଷ୍ୟ ରଖିଲା ନ୍ୟୁଜିଲାଣ୍ଡ

ସାରଜା : ସାରଜା ଠାରେ ଖେଳାଯାଉଥିବା ଟି-୨୦ ବିଶ୍ବକପ ଗ୍ରୁପ-୨ର ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୧୩୪ରନ କରିଛି । ଫଳରେ ବିଜୟ ପାଇଁ ପାକିସ୍ତାନ ଆଗରେ ୧୩୫ରନର ଲକ୍ଷ୍ୟ ରହିଛି ।

ଆଜି ପାକିସ୍ତାନ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ସତର୍କତାର ସହ ଇନିଂସ ଆରମ୍ଭ କରିଥିଲା । ଦୁଇ ଓପନର ଗୁପ୍ଟିଲ ଓ ମିଚେଲ ଯଥାକ୍ରମେ ୧୭ ଓ ୨୭ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ଅଧିନାୟକ କେନ ଓ୍ବିଲିୟମସନ ୨୫ରନ କରିଥିଲେ । ତେବେ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବାରୁ ଦଳ ବଡ଼ ସ୍କୋର କରିପାରିନଥିଲା । କେବଳ ଡେଭନ କନଓ୍ବେ ୨୭ ରନ କରିଥିଲେ । ପାକିସ୍ତାନ ପକ୍ଷରୁ ହାରିସ ରଫ ୪ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚ ନ୍ୟୁଜିଲାଣ୍ଡର ପ୍ରଥମ ମ୍ୟାଚ ହୋଇଥିବାବେଳେ ପାକିସ୍ତାନର ୨ୟ ମ୍ୟାଚ । ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ପରାସ୍ତ କରିଥିଲା ।

 

ସମ୍ବନ୍ଧିତ ଖବର