ଏକନାଥ ସିନ୍ଦେଙ୍କ ସମେତ ୧୨ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଉପ-ବାଚସ୍ପତିଙ୍କୁ ପତ୍ର ଲେଖିଲା ଶିବସେନା

ମୁମ୍ବାଇ : ବିଦ୍ରୋହୀ ୧୨ ଜଣ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଶିବସେନା ପକ୍ଷରୁ ଉପବାଚସ୍ପତିଙ୍କୁ ପତ୍ର ଲେଖି ଅନୁରୋଧ କରାଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବିଦ୍ରୋହୀଙ୍କ ନେତା ଏକନାଥ ସିନ୍ଦେ । ଏହି ତାଲିକାରେ ଅଛନ୍ତି ବାଲାଜୀ କିନିକର, ଲତା ସୋନାଓ୍ବାନେ, ଓ ଭରତ ଗୋଗାଓ୍ବଲେ ।

ସେମାନା ଦଳର ହ୍ବିପକୁ ମାନି ନଥିବାରୁ ଏହି ପଦକ୍ଷେପ ପାଇଁ ଉପବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି ବୋଲି ଶିବସେନା ନେତା ଅରବିନ୍ଦ ସାଓ୍ବନ୍ତ କହିଛନ୍ତି । ଅନ୍ୟପକ୍ଷରେ ବିଦ୍ରୋହୀ ବିଧାୟକମାନେ ଏକନାଥଙ୍କୁ ନିଜର ନେତା ବାଛିଛନ୍ତି ।

ଏହା ପୂର୍ବରୁ ଏନସିପି ନେତା ଶରଦ ପାଓ୍ବାର କହିଥିଲେ ଯେ ଉଦ୍ଧବଙ୍କ ନେତୃତ୍ବରେ ମହା ବିକାଶ ଅଘାଡି (ଏନଭିଏ) ସରକାର ଜାରି ରହିବ । ଗୋଟିଏ ସରକାର ପାଖରେ ବହୁମତ ଅଛି କି ନା ସେ ସମ୍ପର୍କରେ ବିଧାନସଭାରେ ନିର୍ଦ୍ଧାରଣ ହେବ । ସେ ପୂର୍ବରୁ ଏପରି ଅନେକ ସ୍ଥିତି ସେ ଦେଖିଛନ୍ତି । କିନ୍ତୁ ତାଙ୍କର ବିଶ୍ବାସ ଯେ ସରକାର ଏହି ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରି ତିଷ୍ଠି ରହିବ ଓ ଉଦ୍ଧବଙ୍କ ନେତୃତ୍ବରେ ସରକାର ଜାରି ରହିବ । ଯେଉଁ ବିଧାୟକମାନେ ଯାଇଛନ୍ତି ସେମାନ ଏନସିପି-କଂଗ୍ରେସ ଉପରେ ଅସନ୍ତୁଷ୍ଟ ଅଛନ୍ତି ।

ସମ୍ବନ୍ଧିତ ଖବର