ଲାଡ୍ଲି ଓରଫ୍ ଶ୍ରୁତିସ୍ବରୂପା ଦାସ ଜଣେ ଉଦୀୟମାନ ଶିଶୁ କଳାକାର। ସେ ତେଜସ୍ବିନୀ, ତାରାତାରିଣୀ, ସିନ୍ଦୂର ବିନ୍ଦୁ, ମୋ ଦେହେ ବୋଳି ଦେ ତୋ ଦେହ କଳା, ସିନ୍ଦୂରର ଅଧିକାର, ମଙ୍ଗଳା ଚରଣ ଭଳି ଅନେକ ଧାରାବାହିକ ଓ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ଖ୍ୟାତି ଅର୍ଜନ କରିଛନ୍ତି। ସମ୍ପ୍ରତି କର୍ଣ୍ଣାଟକରେ ସୁଟିଂ ଚାଲିଥିବା ଏକ ଅଣଓଡ଼ିଆ ସିନେମାରେ ଲାଡ୍ଲି ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ବେଙ୍ଗାଲୁର ଏବଂ ମହୀଶୂରର ବିଭିନ୍ନ ଐତିହାସିକ ଓ ଆକର୍ଷଣୀୟ ସ୍ଥାନରେ ସିନେମାଟିର ସୁଟିଂ ଜାରି ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲାଡ୍ଲି ସେହି ସିନେମାରେ ବେଶ୍ ସୁନ୍ଦର ଅଭିନୟ କରି ପ୍ରଶଂସିତ ହୋଇଛନ୍ତି। ସବୁଠାରୁ ବଡ଼କଥା ହେଲା, ଆମ ଓଡ଼ିଶାର ଗର୍ବ ଏହି ଲାଡ୍ଲିଙ୍କୁ ଇନ୍ଷ୍ଟାଗ୍ରାମ୍ରୁ ଦେଖି ଡାଇରେକ୍ଟର ପସନ୍ଦ କରି କନ୍ନଡ ସିନେମାରେ ସୁଯୋଗ ଦେଇଛନ୍ତି। କେବଳ ଗୀତକୁ ଛାଡ଼ି ଡ୍ରାମା ସିନ୍ ସୁଟିଂ ସାରି ଲାଡ୍ଲି ନିକଟରେ ଭୁବନେଶ୍ବର ଫେରିଛନ୍ତି। ଓଡ଼ିଆ ପରେ ଏବେ କନ୍ନଡ ଇଣ୍ଡଷ୍ଟ୍ରିରେ ସେ ସାଜିଛନ୍ତି ସୁନାନାକୀ ଶ୍ରୁତିସ୍ବରୂପା।