ଇଲେକଟ୍ରିକ ସ୍କୁଟି ସୋ ରୁମରେ ନିଆଁ
ଭୁବନେଶ୍ବର: କଟକ ରୋଡରେ ଥିବା ଏକ ଇଲେକଟ୍ରିକ ସ୍କୁଟି ସୋ ରୁମରେ ଅଗ୍ନିକାଣ୍ଡ ଘଟିଛି। ୪/୫ଟି ସ୍କୁଟି ଜଳିଯାଇଥିବାବେଳେ କୌଣସି ଜୀବନ ହାନୀ ହୋଇନାହିଁ। ତେବେ ସୋମବାର ରାତି ପ୍ରାୟ ୯ଟାରେ କୌଣସି କାରଣରୁ ନିଆଁ ଲାଗିଥିଲା। ସ୍କୁଟିଗୁଡିକ ଜଳୁଥିବା ଦେଖି କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ନିଆଁ ଲାଗିବା ଜାଣିବା ପରେ ସେଠାକାର କର୍ମଚାରୀମାନେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ ଗାଡି ସୋ ରୁମରେ ନିଆଁ ଲାଗିଛି ତାହା ଜଣାପଡିନାହିଁ।