ନୂଆଦିଲ୍ଲୀ: ସମଗ୍ର ଦୁନିଆରେ ବିଭିନ୍ନ ପ୍ରକାର ଲୋକ ମହଜୁଦ ଅଛନ୍ତି। ଏଥିମଧ୍ୟରୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କି ନିଜର ଥାଇ ବି ଆବଶ୍ୟକ ସମୟରେ ମୁହଁ ମୋଡ଼ି ଦେଇଥାଆନ୍ତି। ଅନ୍ୟପକ୍ଷରେ ଦେଖିବାକୁ ଗଲେ ଦୁନିଆରେ ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ଅଜଣା ଥାଇ ବି ନିଜ ଠାରୁ ଅଧିକ ସାହାଯ୍ୟ କରିଥାଆନ୍ତି। ସୋସିଆଲ ମିଡିଆରେ ଏହିପରି ଏକ ଘଟଣା ଭାଇରାଲ ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ @ @DudespostingWsନାମକ ଏକ ଟ୍ୱିଟର ହ୍ୟାଣ୍ଡେଲରେ ଏକ କାରର ଫଟୋ ସେୟାର କରାଯାଇଛି। ଯେଉଁଥିରେ ଲେଖା ଅଛି, ‘ମୋର ଝିଅକୁ କିଡନୀ ଦରକାର।’ ତେବେ ବ୍ୟକ୍ତି ଜଣକ ତାଙ୍କ ଝିଅ ପାଇଁ କିଡନୀଦାତାଙ୍କୁ ଖୋଜିବା ପାଇଁ କାରରେ ଏଭଳି ଲେଖା ଲେଖିଥିଲେ।
ଏବେ ଯେତେବେଳେ ତାଙ୍କ ଝିଅକୁ କିଡନୀ ଦାତା ମିଳି ଯାଇଛନ୍ତି, ସେ ଏକ ଭିନ୍ନ ଉପାୟରେ ଧନ୍ୟବାଦ ଜଣାଇଛନ୍ତି। କାରରେ ଝିଅକୁ କିଡନୀ ଦରକାର ବୋଲି ଯେଉଁ ପୋଷ୍ଟର ଲଗାଇଥିଲେ , ସେଥିରେ ସେ ଲେଖିଛନ୍ତି, ‘ଝିଅକୁ କିଡନୀ ମିଳିଯାଇଛି। ଧନ୍ୟବାଦ ୱିଲି! ଆପଣଙ୍କ ନିଃସ୍ବାର୍ଥ ଉପହାର ପାଇଁ।’
— Dudes Posting Their W’s (@DudespostingWs) November 15, 2022
ନଭେମ୍ବର ୧୫ ରେ ଟ୍ୱିଟରରେ ସେୟାର ହୋଇଥିବା ଏହି ପୋଷ୍ଟକୁ ଏପର୍ଯ୍ୟନ୍ତ ୧୨,୦୦ ରୁ ଅଧିକ ରିଟ୍ୱିଟ, ୧୫୧ କୋଟ ଟ୍ୱିଟ ଏବଂ ୨୬୦.୮ ହଜାର ଲାଇକ ମିଳିଛି।
ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ଯାହାକୁ ଆପଣ ଚିହ୍ନି ନାହାନ୍ତି ତାଙ୍କୁ କିଡନୀ ଦାନ କରିବା ନିଷ୍ପତ୍ତି ଏକ କଠିନ ନିଷ୍ପତ୍ତି। ୱିଲିଙ୍କ ଏଭଳି ନିଃସ୍ବାର୍ଥପର ଦାନକୁ କୋଟି ପ୍ରଣାମ।’