କେନ୍ଦ୍ରମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ

ରାଇଘର: ନିର୍ବାଚନ ପ୍ରଚାର ପାଇଁ ନବରଙ୍ଗପୁର ଜିଲ୍ଲା ରାଇଘର ଆସିଥିବା କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ହେଲିକପ୍ଟରକୁ ଆଜି ଯାଞ୍ଚ କରାଯାଇଛି। ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇଘର ମିନି ଷ୍ଟାଡିୟମରେ ଆଜି ସକାଳେ କେନ୍ଦ୍ର ବନ୍ଦର ତଥା ଜାହାଜ ପରିଚାଳନା ବିଭାଗ ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସ୍ବତନ୍ତ୍ର ହେଲିକପ୍ଟର ଅବତରଣ କରିଥିଲା। ଏହି ସମୟରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ର ମନ୍ତ୍ରୀ ଆସିଥିବା ହେଲିକପ୍ଟରକୁ ୪ ଜଣିଆ ଫ୍ଲାଇଂ ସ୍କ୍ୱାର୍ଡ ଯାଞ୍ଚ କରିଥିଲେ। ସ୍ଥାନୀୟ ବିଡିଓ ଲକ୍ଷ୍ମୀସାଗର ମାଝୀ ଓ କନିଷ୍ଠ ଯନ୍ତ୍ରୀ ଦୁର୍ଗା ଚରଣ ହାଁସଦା ଯାଞ୍ଚ କରିଥିବା ଦେଖିବାକୁ ମିଳିଥିଲା। ମନ୍ତ୍ରୀଙ୍କ ହେଲିକପ୍ଟରକୁ ପ୍ରାୟ ୨୦ରୁ ୨୫ ମିନିଟ୍ ପର୍ଯ୍ୟନ୍ତ ଯାଞ୍ଚ କରାଯାଇଥିଲା।

ସମ୍ବନ୍ଧିତ ଖବର